ଭୁବନେଶ୍ୱର, ୦୯ ଅଗଷ୍ଟ(ହି.ସ)- ଅପରେସନ ଗରୁଡ଼ ଆଗକୁ ଜାରି ରହିବ ବୋଲି କହିଛନ୍ତି ଏଡିଜି ସଂଜୟ କୁମାର। ଶନିବାର ସାମ୍ବାଦିକ ସମ୍ମିଳନୀରେ ଏଡିଜି କହିଛନ୍ତି ଅପରେସନରେ ବିହାରର ଜଣେ କୁଖ୍ୟାତ ଅପରାଧୀ ସହ ୧୨୯ ଜଣଙ୍କୁ ଗିରଫ କରାଯାଇଛି। ବିଭିନ୍ନ ସ୍ଥାନରୁ ବିପୁଳ ମଦ, କଫ ସିରପ୍, ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସମ୍ବଲପୁରରୁ ୧୩୦୦ କଫ ସିରଫ ଜବତ କରାଯାଇଛି। ମଦ୍ୟପଙ୍କୁ ସାବାଡ଼ ସହ ୧୧୫ଟି ମାମଲା ରୁଜୁ ହୋଇଛି ଏବଂ ୧୧୫ଟି ଗାଡ଼ି ଜବତ ହୋଇଛି। ଓଡ଼ିଶା ପୋଲିସ ସାଧାରଣ ଲୋକଙ୍କୁ ସେବା ଓ ସୁରକ୍ଷା ଯୋଗାଇବା ଲକ୍ଷ୍ୟ ରଖିଛି । ଅପରାଧୀମାନଙ୍କୁ ଗିରଫ କରି ଜେଲ୍ ରେ ପୂରାଯିବ। ଡ୍ରଗ୍ସକୁ ପ୍ରୋତ୍ସାହିତ କରାଯିବ ନାହିଁ, ନୋ ଡ୍ରଗ୍ସ ଅଭିଯାନ ଜୋରଦାର୍ ହେବ। ଅଧିକ ସିସିଟିଭି ଲଗାଇବାକୁ ଗୁରୁତ୍ୱ ଦିଆଯିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା