ପୁରୀ ଜେଲରେ ରକ୍ଷାବନ୍ଧନ
ପୁରୀ, ୯ ଅଗଷ୍ଟ (ହି.ସ.)- ପୁରୀ-କୋଣାର୍କ ରାସ୍ତାର ବାଙ୍ଗର ଠାରେ ଜିଲ୍ଲା କାରାଗାରରେ ରହିଥିବା ଭାଇ ମାନଙ୍କ ହାତରେ ଭଉଣୀ ମାନେ ରାକ୍ଷୀ ବାନ୍ଧିଥିଲେ । ପୁରୀର ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷା ଅରୁଣିମା ନନ୍ଦଙ୍କ ନେତୃତ୍ବରେ ସଦସ୍ଯା ମାନେ ଅନ୍ତେବାସୀ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧି
ପୁରୀ ଜେଲରେ ରକ୍ଷାବନ୍ଧନ


ପୁରୀ, ୯ ଅଗଷ୍ଟ (ହି.ସ.)- ପୁରୀ-କୋଣାର୍କ ରାସ୍ତାର ବାଙ୍ଗର ଠାରେ ଜିଲ୍ଲା କାରାଗାରରେ ରହିଥିବା ଭାଇ ମାନଙ୍କ ହାତରେ ଭଉଣୀ ମାନେ ରାକ୍ଷୀ ବାନ୍ଧିଥିଲେ । ପୁରୀର ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷା ଅରୁଣିମା ନନ୍ଦଙ୍କ ନେତୃତ୍ବରେ ସଦସ୍ଯା ମାନେ ଅନ୍ତେବାସୀ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ଭଲ ବାଟକୁ ଆସିବା ପାଇଁ ଭାଇ ମାନଙ୍କୁ ବୁଝାଇଥିଲେ । ଅବାଟରେ ଯାଇ ଭଉଣୀଙ୍କୁ ଘରେ ଛାଡି ଆସିଥିବାରୁ ଭାଇ ମାନେ କାନ୍ଦି ଥିଲେ ।

ଫାଉଣ୍ଡେସନର ସଦସ୍ଯା ମମତା ମିଶ୍ର, ଅନିତା ସିହ୍ନା, ଗାୟତ୍ରୀ ଜେନା, ସମ୍ପାଦିକା ପଦ୍ମିନୀ ବେହେରା, ବୁଟା, ବିଚିତ୍ରା, ବୁଦ୍ଧିମତୀ ,ଗୀତା, ଲଳିତା, ମଧୁସ୍ମିତା, ପୂଜା ଝାନସୀ ଓ ସଦସ୍ଯା ମାନେ ଯୋଗ ଦେଇଥିଲେ । ଜେଲର ବିକାଶ କୁମାର ସାହୁ ଜେଲରେ ପ୍ରବେଶ ଅନୁମତି ଦେବା ସହ ସହଯୋଗ କରିଥିଲେ । ଫାଉଣ୍ଡେସନ ପକ୍ଷରୁ ଧନ୍ୟବାଦ ଜଣାଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande