ଶ୍ରୀନଗର, 9 ଅଗଷ୍ଟ (ହି.ସ.)-ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାର ଅଖଲ ଜଙ୍ଗଲରେ ଆତଙ୍କବାଦୀଙ୍କ
ସହିତ ସାରା ରାତି ଚାଲିଥିବା ଗୁଳି ବିନିମୟରେ ସେନାର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି ଏବଂ ଅନ୍ୟ
ଦୁଇ ଜଣ ଆହତ ହୋଇଛନ୍ତି। ଏହା ଏକ ଦୀର୍ଘ ସମୟ ଚାଲିଥିବା ଆତଙ୍କବାଦ ବିରୋଧୀ ଅଭିଯାନ । ଏହି
ଅଭିଯାନ ଶନିବାର ନବମ ଦିନରେ ପ୍ରବେଶ କରିଛି।
ଶ୍ରୀନଗର ସ୍ଥିତ ଚିନାର କୋର ସେନା ଏକ୍ସରେ ଏକ ପୋଷ୍ଟରେ ଲେଖିଛି ଯେ,
ସେନା ଯବାନମାନଙ୍କୁ
ଶ୍ରଦ୍ଧାଞ୍ଜଳି ଦେଇ ଏହି ମୃତ୍ୟୁ ଘଟଣା ବିଷୟରେ ସୂଚନା ଦିଆଯାଇଛି ଏବଂ ଏହି ଗୁଳି ବିନିମୟ ଏପର୍ଯ୍ୟନ୍ତ
ଚାଲିଛି।
ଦକ୍ଷିଣ କାଶ୍ମୀରର ଅଖଲ ଜଙ୍ଗଲରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ବିଷୟରେ ଗୁପ୍ତ ସୂଚନା
ମିଳିବା ପରେ ୧ ଅଗଷ୍ଟରେ ସୁରକ୍ଷା ବଳମାନେ ଘେରାବନ୍ଦି ଓ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ଏହି
ଗୁଳି ବିନିମୟରେ ଦୁଇ ଜଣ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା