ଉତରକାଶୀ, 9 ଅଗଷ୍ଟ (ହି.ସ.)
- ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଧରାଳୀ ଅଞ୍ଚଳରେ ବାଦଲ ଫଟା ବର୍ଷା ଓ
ଭୂସ୍ଖଳନରେ ପ୍ରଭାବିତ ଅଞ୍ଚଳଗୁଡିକରେ ଶନିବାର ପଞ୍ଚମ ଦିନରେ ମଧ୍ୟ ରେସ୍କ୍ୟୁ ଅଭିଯାନ ଜାରି
ରହିଛି। ସକାଳୁ ଦ୍ୱିପ୍ରହର 11ଟା ପର୍ଯ୍ୟନ୍ତ 202 ଜଣ ଲୋକଙ୍କୁ ସୁରକ୍ଷିତ ଭାବରେ ବାହାର
କରାଯାଇଛି। 7 ଅଗଷ୍ଟରୁ 9 ଅଗଷ୍ଟ ପର୍ଯ୍ୟନ୍ତ ମୋଟ 931 ଜଣ ଲୋକଙ୍କୁ ରେସ୍କ୍ୟୁ କରାଯାଇଛି।
ଆଜି ଦ୍ୱିପ୍ରହର 11ଟା ପର୍ଯ୍ୟନ୍ତ ମୋଟ 202 ଯାତ୍ରୀଙ୍କୁ ରେସ୍କ୍ୟୁ କରାଯାଇଛି। ଶନିବାର
ସକାଳ 6ଟାରୁ 10:30ଟା ପର୍ଯ୍ୟନ୍ତ ହର୍ଷିଲରୁ ମାତଳୀ ପର୍ଯ୍ୟନ୍ତ 95 ଓ ହର୍ଷିଲରୁ
ଚିନ୍ୟାଲୀସୌଡ଼ ପର୍ଯ୍ୟନ୍ତ 107 ଜଣଙ୍କୁ ବାହାର କରାଯାଇଛି। 7 ଅଗଷ୍ଟରୁ 9 ଅଗଷ୍ଟ ପର୍ଯ୍ୟନ୍ତ
ମୋଟ 931 ଲୋକଙ୍କୁ ରେସ୍କ୍ୟୁ କରାଯାଇଛି ।
ହର୍ଷିଲରେ ଏପର୍ଯ୍ୟନ୍ତ ପ୍ରାୟ 250 ଲୋକ ଫସି ରହିଛନ୍ତି,
ଏଥିରେ
50 ଜଣ ପର୍ଯ୍ୟଟକ ଓ 200 ଜଣ ସ୍ଥାନୀୟ ବାସିନ୍ଦା ଅଛନ୍ତି । ସେମାନଙ୍କୁ ମାତଳୀ ବା
ଜୌଲଗ୍ରାଣ୍ଟକୁ ନେଇଯିବା ପାଇଁ ବ୍ୟବସ୍ଥା କରାଯାଉଛି। ହର୍ଷିଲରେ ରହୁଥିବା ସମସ୍ତ ଲୋକଙ୍କ ପାଇଁ
ଖାଦ୍ୟ, ରହିବା ଘର ଓ ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା