ବଲାଙ୍ଗିର ସରକାରୀ ମହାବିଦ୍ୟାଳୟ ର ଜବରଦଖଲ ଉଚ୍ଛେଦ କରିବା ସହିତ ପାଖରେ ଥିବା ସରକାରୀ ଯମି କୁ କଲେଜ ନାମରେ କରିବା ପାଇଁ ଦାବିପତ୍ର
ବଲାଙ୍ଗିର, 10 ସେପ୍ଟେମ୍ବର (ହି ସ)
ବଲାଙ୍ଗିର ସହରରେ ୧୯୮୨ ମସିହାରେ ସ୍ଥାପିତ ହୋଇଥିବା ସନ୍ଧ୍ୟା ମହାବିଦ୍ୟାଳୟ ବର୍ତମାନ ବଲାଙ୍ଗିର ର ସରକାରୀ ମହାବିଦ୍ୟାଳୟ ୨୦୧୭ ମସିହାରେ ନୂଆ ସ୍ଥାନକୁ ସ୍ଥାନାନ୍ତରିତ କରିଗଲା।କଲେଜ ନାମରେ ୫ ଏକର ସ୍ଥାନ ଥିବା ବେଳେ । ଯମି ଦିଆଯାଇଥିବା ବେଳେ ବର୍ତମାନ ୧.୩୮ ଏକର ଜମି ଜବରଦଖଲ ରେ ଅଛି। ଜବରଦଖଲ ଥିବାରୁ କଲେଜ ଓ ଛାତ୍ରଛାତ୍ରୀମାନଙ୍କର ସୁରକ୍ଷା ରେ ବାଧାପ୍ରାପ୍ତ ହେଉଛି। ଏହି ଜବରଦଖଲ ଉଚ୍ଛେଦ କରିବା ପାଇଁ ଅନେକ ଥର କଲେଜ କର୍ତୃପକ୍ଷ ପ୍ରଶାସନ ଓ ସରକାର କୁ ଅବଗତ କରିଲା ପରେ ମଧ୍ୟ ସରକାର ଅବହେଳା କରିଛନ୍ତି। ଏଣୁ ଏହି ବିଷୟକୁ ନେଇ ବଲାଙ୍ଗୀର ଏବିଭିପି ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ଏହି ମହାବିଦ୍ୟାଳୟ କୁ ଲାଗିକି ଥିବା ସରକାରୀ ଯମି କୁ କଲେଜ ନାମରେ ନାମିତ କରିବା ପାଇଁ ଅନୁରୋଧ କରିଛନ୍ତି। ଏହି ସମୟରେ ନଗର ସମ୍ପାଦକ ତେଜରାଜ ସାହୁ, ବିଭାଗ ସଂଯୋଜକ ମଞ୍ଜିତ କୁମାର କର୍ମି, ଜିଲ୍ଲା ସଂଯୋଜକ ଗୌରବ ସାହୁ ଓ ସଂଗଠନ ସମ୍ପାଦକ ବିକାଶ ସାହୁ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ