ଭଦ୍ରକ, ୧୦ ସେପ୍ଟେମ୍ବର (ହି.ସ.) - ଜିଲ୍ଲା ଆଇନ୍?ସେବା ପ୍ରାଧିକରଣ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଚରମ୍ପା ମହାବିଦ୍ୟାଳୟ, ଚରମ୍ପା ଠାରେ ଏସିଡ଼ ଆକ୍ରମଣ ଜନିତ ପିଡ଼ିତା କ୍ଷତି ତଥା ଯୋଜନା ୨୦୧୬ ଓ ୨୦୧୭ ଏବଂ ତତ୍?ସହ ସେମାନଙ୍କ ପାଇଁ ଥିବା ଆଇନ୍ ଓ ସେମାନଙ୍କ ପାଇଁ ସରକାରୀ ବ୍ୟବସ୍ଥା ସଂପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପୂଣ୍ୟଶ୍ଲୋକ ରଥ, ସଚିବ, ଜିଲ୍ଲା ଆଇନ୍?ସେବା ପ୍ରାଧିକରଣ, ଭଦ୍ରକ ପରିଚାଳନା କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ପିଲମାନଙ୍କ ଦ୍ୱାରା ଆୟୋଜିତ ଏସିଡ଼ି୍ ଆକ୍ରମଣ ଉପରେ ଗୋଟିଏ ସୁନ୍ଦର ନାଟକ କରିବେଶିତ ହୋଇଥିଲା ଯାହାକି ଉପସ୍ଥିତ ଥିବା ପିଲାମାନଙ୍କୁ ମଧ୍ୟ ଏକ ଶିକ୍ଷଣୀୟ ବିଷୟ ହୋଇଥିଲା । ପିଲାମାନେ ଏହି ବୟସରେ ନିଜର ପାଠ ତଥା ଭବିଷ୍ୟତକୁ ସୁନ୍ଦର ଭାବେ କିପରି ସଠିକ୍ ଉପାୟରେ ଗଢ଼ିତୋଳିବେ ତଥା ପିଲାମାନେ ଏହି ଛାତ୍ର ଜୀବନକୁ ଖରାପ ଦିଗରେ ନନେଇ ଆଗକୁ ଦେଶର ଜଣେ ସୁନାଗରିକ ହୋଇ ବାହାରନ୍ତୁ ତାହା ଉପରେ ପର୍ଯ୍ୟବେଶିତ ହୋଇଥିଲା । ଏହି ନାଟକର ଉପଦେଷ୍ଟା ତପନ କୁମାର ନାୟକ, ମୁଖ୍ୟ ଓଡ଼ିଆ ବିଭାଗ, ସୁନ୍ଦର ଶୈଳୀରେ ପିଲାମାନଙ୍କୁ ନେଇ ପରିବେଷଣ କରିଥିଲେ । ଏଡି କାର୍ଯ୍ୟକ୍ରମ ମାଧ୍ୟମରେ ଏସିଡ଼ ଆକ୍ରମଣ ଉପରେ ସଚେତନତା ବାର୍ତ୍ତା ଏବଂ ଲଲାଟେନ୍ଦୁ ମହାନ୍ତିଙ୍କ ଦ୍ୱାରା ଆୟୋଜିତ ଏସିଡ଼୍ ଆକ୍ରମଣର ସୁନ୍ଦର ପ୍ରଦର୍ଶନ ଟିଏ ଯାହାକି ପିଲାଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ସେସବୁକୁ ସେ ସେହି ଭିଡ଼ିଓ ମାଧ୍ୟମରେ ପ୍ରଦର୍ଶିତ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥିମାନଙ୍କ ମଧ୍ୟରେ ଅଂଶୁମାନ ଦ୍ୱିବେଦୀ, ଅତିରିକ୍ତ ଆରକ୍ଷୀ ଅଧିକାରୀ, ଭଦ୍ରକ, ଲଲାଟେନ୍ଦୁ ମହାନ୍ତି, ନିର୍ଦ୍ଦେଶକ, ଫେଲୋସିପ୍?, ଭଦ୍ରକ ଡ଼ଃ. ତାପସ କୁମର ମହାନ୍ତି, ସହକାରୀ ପ୍ରତିପକ୍ଷ ଓକିଲ, ଭଦ୍ରକ, ହିମାଦ୍ରୀ ନନ୍ଦିନୀ ବିଶ୍ୱାଳ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ, ଭଦ୍ରକ, ଅମରେନ୍ଦ୍ର ଦାସ, ଅଧ୍ୟକ୍ଷ ଚରମ୍ପା ମହାବିଦ୍ୟାଳୟ, ଭଦ୍ରକ ତଥା ତପନ କୁମାର ନାୟକ, ଅଧ୍ୟାପକ, ଓଡ଼ିଆ ବିଭାଗ ମୁଖ୍ୟ , ଡ଼. ସୁକାନ୍ତି ମହାପାତ୍ର, ଅଧ୍ୟାପିକ,ଇଂରାଜୀ ବିଭାଗ ମୁଖ୍ୟ ତଥା ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ ଏବଂ ଅଧ୍ୟାପିକା, ମହାବିଦ୍ୟାଳୟର ସମସ୍ତ କର୍ମୀ ଏବଂ ଜିଲ୍ଲା ଆଇନ୍?ସେବା ପ୍ରାଧିକରଣର କର୍ମୀ ମଧ୍ୟ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମ ଜରିଆରେ ଜାତୀୟ ଆଇନ୍?ସେବା ପ୍ରାଧିକରଣଙ୍କ ପ୍ରଦତ୍ତ ଦେୟ ମୁକ୍ତ ନମ୍ବର ୧୫୧୦୦ ସାହାଯ୍ୟରେ ଜଣେ ଆଇନ୍ ସହାୟତା ପାଇପାରିବ ବୋଲି କୁହାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ