ମାଛ ବନ୍ଧ କରି ପାଣି ଅଟକାଉଥିବା ବନ୍ଦ କୁ କାଟିଦେଲେ ତହସିଲଦାର
ଭଦ୍ରକ, ୧୦ ସେପ୍ଟେମ୍ବର (ହି.ସ.) - -ଅନବରତ ବର୍ଷା ଯୋଗୁଁ ଧାମନଗର ଅଞ୍ଚଳ ରେ ୪ ଥର ବନ୍ୟା ଆସି ବ୍ୟାପକକ୍ଷତି ଘଟାଇ ଥିବା ବେଳେ କେତେକ ବ୍ୟକ୍ତି ମାଛ ଧରିବା ପାଇଁ ନଦୀ ରେ ବନ୍ଦ ବାନ୍ଧି ଦେବାରୁ ଚାଷ ଜମିରୁ ପାଣି କମୁନଥିବାରୁ ବୁଧବାର ତହସିଲଦାର ପୋଲିସ ସହାୟତା ରେ ଉକ୍ତ ବନ୍ଧ କୁ କାଟିଦେଇଥିଲେ ଫଳରେ
MACHHA BANDHA PANI ATAK


ଭଦ୍ରକ, ୧୦ ସେପ୍ଟେମ୍ବର (ହି.ସ.) - -ଅନବରତ ବର୍ଷା ଯୋଗୁଁ ଧାମନଗର ଅଞ୍ଚଳ ରେ ୪ ଥର ବନ୍ୟା ଆସି ବ୍ୟାପକକ୍ଷତି ଘଟାଇ ଥିବା ବେଳେ କେତେକ ବ୍ୟକ୍ତି ମାଛ ଧରିବା ପାଇଁ ନଦୀ ରେ ବନ୍ଦ ବାନ୍ଧି ଦେବାରୁ ଚାଷ ଜମିରୁ ପାଣି କମୁନଥିବାରୁ ବୁଧବାର ତହସିଲଦାର ପୋଲିସ ସହାୟତା ରେ ଉକ୍ତ ବନ୍ଧ କୁ କାଟିଦେଇଥିଲେ ଫଳରେ ଚାଷ ଜମିରୁ ପାଣିକମିଥିଲା। ଫଳରେ ଧାମନଗର ବ୍ଲକ ଦଳାଙ୍ଗ, ରାଧାବଲ୍ଲବପୁର, ଭଟ୍ଟସାହି ଓ ବୟାଙ୍ଗଡିହି ପଞ୍ଚାୟତର ଶହ ଶହ ଚାଷୀଙ୍କ ଜମିରେ ପାଣି ଜମି ରହିବା ସମସ୍ୟାର ସମାଧାନ ହୋଇଛି। ପ୍ରକାଶ ଥାଉକି ଗେଙ୍ଗୁଟିନଦୀର ସୋଳଗାଁ ନିକଟରେ ଶାଖା ନାଳରେ ହୋଇଥିବା ମାଟିବନ୍ଧ କୁ ଧାମନଗର ତହସିଲଦାର ସାଇଶ୍ରୀ ଲୋକନାଥ ପ୍ରସାଦ ସେଠୀ ଧାମନଗର, ଧୁଷୁରୀ ପୋଲିସ, ଧାମନଗର ଅଗ୍ନିଶମ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଭାଙ୍ଗି ଦେଇଛନ୍ତି। ଫଳରେ ଏହାର ଉପର ମୁଣ୍ଡରେ ଜମି ରହିଥିବା ପାଣି ଜମିରୁ ନିଷ୍କାସିତ ହେବା ଆରମ୍ଭ ହୋଇଛି। କିଛି ଲୋକ ମାଛ ଧରିବା ଲାଗି ନାଳରେ ବନ୍ଧ ବାନ୍ଧି ଦେଇଥିଲେ। ଅଗଷ୍ଟ ମାସରୁ ଲଗାଣ ବର୍ଷା ହେବା ଫଳରେ ଦଳାଙ୍ଗ, ବିରୁହାଁ, ଜାହାଙ୍ଗୀର, ଡାହି, ମୁଲଣାଡିହ, ଆମ୍ବିଳିଗାଁ, ପୁରୁଷୋତ୍ତମପୁରବିନ୍ଧା ଓ ବୟାଙ୍ଗଡିହି ଗାଁର ଚାଷ ଜମିରେ ପାଣି ଜମି ରହୁଥିଲା। ମାସେ ଧରି ପାଣି ରହିବାରୁ ଧାନ ଚାଷ ନଷ୍ଟ ହେବାରେ ଲାଗିଥିଲା। ଅଧିକାଂଶ ଜମିରେ ଗଛ ପଚିବାରୁ ପୋକ ଲାଗିବା ଆରମ୍ଭ ହୋଇଥିଲା। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଚିନ୍ତାରକାରଣ ହୋଇଥିଲା। ସ୍ଥାନୀୟ ଲୋକେ ଧାମନଗର ତହସିଲଦାରଙ୍କୁ ଭେଟି ଅଭିଯୋଗ କରିଥିଲେ। ଏହାପରେ ତହସିଲଦାର ଦୁଇ ଥାନାର ପୋଲିସ, ଦମକଳ ବାହିନୀକୁ ଜଣାଇବା ସହ ଘଟଣାସ୍ଥଳ ରେ ପହଞ୍ଚି ବନ୍ଧ ଭାଙ୍ଗି ପାଣି ନିଷ୍କାସନ କରାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande