Bhubaneswar, 10 ସେପ୍ଟେମ୍ବର (ହି.ସ.)
ଜୟପୁର
କୋରାପୁଟ ଜିଲା ବୈପାରୀଗୁଡା ଥାନା ଅନ୍ତର୍ଗତ ଦଣ୍ଡାବାଡ଼ି ଗ୍ରାମରେ ନିଖୋଜ ଥିବା ମକା ଚାଷୀଙ୍କ ଗଳିତ ମୃତଦେହ ଦୀର୍ଘ ଦଶ ଦିନ ପରେ ମଙ୍ଗଳ ବାର ପୋଲିସ କାଡାକୁଣ୍ଡ ଜଙ୍ଗଲରୁ ଉଦ୍ଧାର କରିଛି l ଚାଷୀଙ୍କୁ ପ୍ରଥମେ ତାଙ୍କୁ ନିଜ ଘରେ ଟାଙ୍ଗିଆରେ ହତ୍ୟା କରାଯାଇଥିଲା ପରେ ଜଙ୍ଗଲରେ ମାଟି ତଳେ ପତି ଦିଆଯାଇଥିଲା l ମୃତକ ହେଲେ ଦଣ୍ଡାବାଡ଼ି ଗାଁ ର ସମାରୁ ପୂଜାରୀ l ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ବୈପାରୀଗୁଡା ପୋଲିସ l ଜମିବାଡ଼ି ବିବାଦ ଏବଂ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି କାଣ୍ଡ ଘଟିଥିବା ସୂଚନା ରହିଛି l
ଗତ ଅଗଷ୍ଟ 29 ତାରିଖରୁ ସମାରୁ ଘରୁ ନିଖୋଜ ଥିବା ନେଇ ପରିବାରବର୍ଗ ବୈପାରୀଗୁଡା ଥାନାରେ ଅଭିଯୋଗ କରିଥିଲେ। ବୈପାରୀଗୁଡା ଥାନା କେସ ନମ୍ୱର 19/25 ଅନୁଯାଇ ଏକ ମିସିଙ୍ଗ କେସ ହୋଇଛି l ଏହାକୁ ନେଇ ପୋଲିସ ତଦନ୍ତ ଚାଲିଥିଲା l ପୂର୍ଵରୁ ଜମିବାଡ଼ି ବିବାଦ ଏବଂ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଣ୍ଡରୀଯୋଡି ଗାଁ ର ୩ ଭାଇ ହରିଚନ୍ଦ୍ର ଭୂମିଆ , ଭୀମ ଭୂମିଆ ଏବଂ ସୋମନାଥ ଭୂମିଆ ମକାଚାଷୀ ସମାରୁ କୁ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲେ l ଏନେଇ ସମାରୁଙ୍କ ପରିବାର ଲୋକେ ୩ ଭାଇଙ୍କୁ ସନ୍ଦେହ କରି ପୋଲିସ କୁ ସୂଚନା ଦେଇଥିଲେ l ପୋଲିସ ହରିଚନ୍ଦ୍ର ଭୂମିଆ , ଭୀମ ଭୂମିଆଙ୍କୁ ଥାନାକୁ ଆଣି ପଚାରା ଉଚରା କରିବା ପରେ ହତ୍ୟା ଘଟଣାର ପର୍ଦାଫାସ ହୋଇଛି l ଗତ ଅଗଷ୍ଟ ଚାରି ରାରିଖ ଦିନ ୩ ଅଭିଯୁକ୍ତ ଙ୍କ ବାପା ଧାନ ଭୂମିଆ ଙ୍କ ହତ୍ୟା ହୋଇଥିଲା l ଏହି ହତ୍ୟା ରେ ସମାରୁଙ୍କ ହାତ ଥିବା ସନ୍ଦେହ କରି ୩ ଭାଇ ମିଶି ସମାରୁଙ୍କୁ ହତ୍ୟା କରିଛନ୍ତି l ବୈପାରୀଗୁଡା ଥାନା ଅନ୍ତର୍ଗତ ଦଣ୍ଡlବାଡ଼ି ଗାଁ ର ମକା ଚାଷୀଙ୍କୁ ଗତ 29 ତାରିଖ ରାତି ଏଗାର ଟା ସମୟରେ ଅଭିଯୁକ୍ତ ମାନେ ଚାଷୀଙ୍କ ଘର ପଶି ପ୍ରଥମେ ଟାଙ୍ଗିଆରେ ହାଣିଲେ ପରେ ଚାରି କିଲୋମିଟର ଦୂରରେ ଥିବା କାଡାକୁଣ୍ଡ ଜଙ୍ଗଲକୁ ଟେକି ନେଇ ଛାଡି ଦେଲେ l ତା ପର ଦିନ ୩ ଅଭିଯୁକ୍ତ ମିଶି ମାଟି ତଳେ ଶବ ପୋତିଦେଲେ l ଏନେଇ ଆଜି ମଧ୍ୟହ୍ନ ରେ ଜଙ୍ଗଲରେ ସାଇଣ୍ଟିଫିକ ଟିମ ଏବଂ ପୋଲିସ ତଦନ୍ତ କରିବା ସହ ସିନରିକ୍ରିୟସନ ମଧ୍ୟ କରାଯାଇଛି l ଏ ହତ୍ୟା ମାମଲାରେ ୩ ଅଭିଯୁକ୍ତ ମଧ୍ୟରୁ ହରିଚନ୍ଦ୍ର ଭୂମିଆ ଏବଂ ଭୀମ ଭୂମିଆ ଙ୍କୁ ପୋଲିସ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତ ସୋମନାଥ ଭୂମିଆ ଫେରାର ଅଛି l ଆଜି ଗିରଫ ଦୁଇ ଅଭିଯୁକ୍ତ ଙ୍କୁ କେସ ନମ୍ୱର 185 /25 ଅନୁଯାଇ କୋର୍ଟ ଚଲାଣ କରାଯାଇଛି ବୋଲି ବୈପାରୀଗୁଡା ଥାନା ଅଧିକାରୀ ଡମ୍ବରୁଧର ବାତ୍ରିଆ ସୂଚନା ଦେଇଛନ୍ତି l
---------------
ହିନ୍ଦୁସ୍ଥାନ ସମାଚାର / ପିକେପି