ଭୁବନ, ୧୦ ସେପ୍ଟେମ୍ବର (ହି.ସ.) - ଭୁବନ ଏନ୍ ଏ ସି ଅନ୍ତର୍ଗତ ନୂଆ ବଜାର (ବସଷ୍ଟାଣ୍ଡ) ଠାରୁ କାଳୀ ବଜାର ରାସ୍ତା ଅବରୋଧ କରି ଅସ୍ଥାୟୀ ଭାବେ ଦୋକାନ ଗୁଡ଼ିକୁ ବୁଧବାର ଦିନ ଉଚ୍ଛେଦ କରାଯାଇଛି । ଏହି ରାସ୍ତା ସର୍ବଦା ଜାମ ରହୁଥିବାରୁ ରାସ୍ତା ଚଉଡ଼ା କରିବା ସକାଶେ ବାରମ୍ବାର ନୋଟିସ ଦେବା ସତ୍ୱେ ଅସ୍ଥାୟୀ ଦୋକାନ କରି ଜୀବିକା ନିର୍ବାହ କରୁଥିବା ବ୍ୟକ୍ତି ମାନେ ଦୋକାନ ଉଚ୍ଛେଦ କରୁ ନଥିବାରୁ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ,ନିର୍ବାହୀ ଅଧିକାରୀ ପ୍ରଦତ ସାହୁ,ଆଇ ଆଇ ସି ଜିତେନ୍ଦ୍ର ମଲ୍ଲିକ ପୋଲିସ ଫୋର୍ସ ଙ୍କ ସହାୟତାରେ ଜେ ସି ବି ଲଗାଇ ବଳ ପୂର୍ବକ ଉଚ୍ଛେଦ କରିଥିଲେ । ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ ଅସ୍ଥାୟୀ ଦୋକାନ ଓ ରାସ୍ତାକୁ ମାଡ଼ି ଥିବା ଦୋକାନ ଉଚ୍ଛେଦ କରାଯିବା ପରେ ଜୀବିକା ହରାଇ ବ୍ୟବସାୟୀ ମାନେ ହତୋତ୍ସାହ ହୋଇ ପଡିଛନ୍ତି । ଯଥାଶୀଘ୍ର ସେମାନଙ୍କୁ ଥଇଥାନ କରାଯିବାକୁ ଜନ ସାଧାରଣରେ ଦାବି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ