ସମ୍ପ୍ରଦାୟ ଭିତ୍ତିକ ନେତୃତ୍ୱକାରୀ ଅଂଶୀଦାର ମାନଙ୍କ ସହିତ ଗୋଷ୍ଠୀ କେନ୍ଦ୍ରିତ ଆଲୋଚନା ବୈଠକ କାର୍ଯ୍ୟକ୍ରମ
କେନ୍ଦୁଝର, 10 ସେପ୍ଟେମ୍ବର (ହି.ସ.) ଆଜି ପୂର୍ବାହ୍ନ ରେ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟ, ଓଡ଼ିଶା, କଟକ ଓ ନେଦରଲାଣ୍ଡ ସରକାର୍ ଙ୍କ ଦୂତାବାସ ମିଳିତ ଆନୁକୂଲ୍ୟରେ ଇ.ଟି.ସି ଟ୍ରେନିଂ ହଲ୍, କେନ୍ଦୁଝର ପରିସରରେ ଘରୋଇ ହିଂସା ବିରୁଦ୍ଧରେ ସମ୍ପ୍ରଦାୟ ଭିତ୍ତିକ ନେତୃତ୍ୱକାରୀ ଅଂଶୀଦାର ମାନଙ୍କ ସହ
ସମ୍ପ୍ରଦାୟ ଭିତ୍ତିକ ନେତୃତ୍ୱକାରୀ ଅଂଶୀଦାର ମାନଙ୍କ ସହିତ ଗୋଷ୍ଠୀ କେନ୍ଦ୍ରିତ ଆଲୋଚନା ବୈଠକ କାର୍ଯ୍ୟକ୍ରମ


କେନ୍ଦୁଝର, 10 ସେପ୍ଟେମ୍ବର (ହି.ସ.)

ଆଜି ପୂର୍ବାହ୍ନ ରେ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟ, ଓଡ଼ିଶା, କଟକ ଓ ନେଦରଲାଣ୍ଡ ସରକାର୍ ଙ୍କ ଦୂତାବାସ ମିଳିତ ଆନୁକୂଲ୍ୟରେ ଇ.ଟି.ସି ଟ୍ରେନିଂ ହଲ୍, କେନ୍ଦୁଝର ପରିସରରେ ଘରୋଇ ହିଂସା ବିରୁଦ୍ଧରେ ସମ୍ପ୍ରଦାୟ ଭିତ୍ତିକ ନେତୃତ୍ୱକାରୀ ଅଂଶୀଦାର ମାନଙ୍କ ସହିତ ଗୋଷ୍ଠୀ କେନ୍ଦ୍ରିତ ଆଲୋଚନା ବୈଠକ ଆୟୋଜିତ ହୋଇଯାଇଛି । ଏନ. ଏଲ୍. ୟୁ. ଓ ର ପ୍ରକଳ୍ପ ପ୍ରବନ୍ଧକ ରାଜ କିଶୋର ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥ୍ ପରିଚୟ ପ୍ରଦାନ କରିଥିଲ I ଏଥିରେ ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ହରପ୍ରିୟା ନାୟକ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଅଶୋକ କୁମାର ନାୟକ, ଧରଣୀଧର ସ୍ଵୟଂଶାସିତ ବିଶ୍ଵ ବିଦ୍ୟାଳୟ ର କନିଷ୍ଠ ଅଧ୍ୟାପିକା ଡକ୍ଟର ସଙ୍ଗୀତା ସୁଶ୍ରୀ ନାୟକ, ଭାରାପ୍ରାପ୍ତ ଥାନା ଅଧିକାରୀ ଶ୍ରୀମତୀ ସୋମବାରୀ ହାଂସଦା, ପ୍ରକଳ୍ପ ଏନ.ଜୀ.ଓ ର ସଂପାଦକ ଶ୍ରୀଯୁକ୍ତ ବିପ୍ଳବ ମିଶ୍ର, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଶ୍ରୀଯୁକ୍ତ ଅକ୍ଷୟ କୁମାର ଚକ୍ର, ଧକୋଠା ଯୁବକ ସଂଘ ର ସଂପାଦକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସାହୁ, ମନ୍ଦିର ପୂଜକ ଉମାକାନ୍ତ ପାତ୍ର ଏବଂ ମହିଳା ଙ୍କ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଜିଲ୍ଲା ମହାସଂଘ ( ସ୍ଵଂୟ ସହାୟକ ଗୋଷ୍ଠୀ)ର ସଭାପତି, ସମ୍ପାଦିକା,ସରପଞ୍ଚ, ଅଙ୍ଗନୱାଡ଼ି ଦିଦି,ଆଶା ଦିଦି, ପରିବାର ପରାମର୍ଶ କେନ୍ଦ୍ର ସଂଯୋଜିକା, ଜେଣ୍ଡର ସଂଯୋଜିକା, କେନ୍ଦୁଝର ମ୍ୟୁନିସିପାଲଟି ଗୋଷ୍ଠି ସଂଯୋଜିକା, ପ୍ରକଳ୍ପ ଏନ ଜି ଓ ର ପ୍ରବନ୍ଧକ, ପ୍ରେରଣା ଦିଦି, ସମାଜ ସେବକ, ଯଜମାନ, ମନ୍ଦିର ପୂଜକ ପ୍ରମୁଖ ଯୋଗଦେଇ ସେମାନେ ନିଜେ ନିଜର ମତ ଉପସ୍ଥାପନ ରଖିଥିଲେ I ପାରିବାରିକ ହିଂସା ୨୦୦୫ ଓ ଯୌତୁକ ନିରୋଧ ଆଇନ ୧୯୬୧,ବିଷୟରେ ସେମାନେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ମହିଳା ଆଇନ୍ ସମ୍ବନ୍ଧରେ ମହିଳାମାନେ ସଚେତନ ହେବା କେତେ ଜରୁରୀ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଆଜି ନାରୀ ଘରେ କି ବାହାରେ ସୁରକ୍ଷିତ ରହିପାରୁନାହିଁ। ସମ୍ବିଧାନ ସମସ୍ତଙ୍କୁ ସମାନ ସୁବିଧା, ସୁଯୋଗ, ସମ୍ମାନ, ଅଧିକାର ପ୍ରଦାନ କରିଥିଲେ ବି ଅଦ୍ୟାବଧି ନାରୀ ନିର୍ଯ୍ୟାତନାର ଅନ୍ତ ଘଟିନାହିଁ। ନାରୀ ନିଜର ସୁରକ୍ଷା ପାଇଁ ନିଜେ ସଚେତନ ନହେଲେ ସମାଜ ଠିକ୍ ଭାବରେ ଚାଲିପାରିବ ନାହିଁ ବୋଲି ପ୍ରକାଶ କରିଥିଲେ। ମହିଳାଙ୍କ ପାଇଁ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନା ଓ ସଂରକ୍ଷଣ ସୁବିଧାର ଲାଭ ଉଠାଇ ନିଜ ନିଜର ଆତ୍ମନିର୍ଭରଶୀଳତା ବଢ଼ାନ୍ତୁ ଓ ସମାଜ ପାଇଁ ଉଦାହରଣ ସାଜନ୍ତୁ ବୋଲି ପରାମର୍ଶ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ଅତିଥି ମାନଙ୍କ ଦ୍ୱାରା ସମ୍ବନ୍ଧିତ କରାଯାଇଥିଲା। ବିଭିନ୍ନ ସ୍ତରରେ ମହିଳାଙ୍କ ପ୍ରତି ହେଉଥ‌ିବା ହିଂସା ଓ ଶୋଷଣ ବିରୋଧରେ ସୁରକ୍ଷା ଦେବା ସମସ୍ତଙ୍କର ଗୁରୁ ଦାୟିତ୍ଵ ବୋଲି କହିଥିଲେ ଏବଂ ଏକ ହିଂସା ମୁକ୍ତ ସମାଜ ଗଠନ ପାଇଁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଏନ. ଏଲ୍. ୟୁ. ଓ ର ପ୍ରକଳ୍ପ ପ୍ରବନ୍ଧକ ସୁଧାଂଶୁ ଭୂଷଣ ମହାରଣା, ରାଜ କିଶୋର ପଣ୍ଡା ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande