୨୦ ତାରିଖ ସୁଦ୍ଧା ସମସ୍ତ ରୋଡ଼ କାମ ସରିବ - ମେୟର
ଭୁବନେଶ୍ୱର,୧୦ ସେପ୍ଟେମ୍ବର (ହି.ସ.)- ଆଗକୁ ପାର୍ବଣ ଋତୁ ରହିଛି। ୨୦ ତାରିଖ ସୁଦ୍ଧା ସମସ୍ତ ରୋଡ଼ କାମ ସରିବ।ତେଣୁ ରୋଡ଼ ଗୁଡିକ କେମିତି ସଜଡ଼ା ଯିବ, ଲାଇଟ ଅସୁବିଧା ଦୂର ହେବ ସେ ନେଇ ଆଲୋଚନା ହୋଇଛି। ଅତ୍ୟଧିକ ବର୍ଷା ହେତୁ ଏଥର ରୋଡ଼ ବହୁତ ଖରାପ ହୋଇଛି। ଏହା ସହ ଭୁବନେଶ୍ୱର ମହାନଗର ନିଗମ କିଭଳି ଭଲ ରେଭ
୨୦ ତାରିଖ ସୁଦ୍ଧା ସମସ୍ତ ରୋଡ଼ କାମ ସରିବ - ମେୟର


ଭୁବନେଶ୍ୱର,୧୦ ସେପ୍ଟେମ୍ବର (ହି.ସ.)- ଆଗକୁ ପାର୍ବଣ ଋତୁ ରହିଛି। ୨୦ ତାରିଖ ସୁଦ୍ଧା ସମସ୍ତ ରୋଡ଼ କାମ ସରିବ।ତେଣୁ ରୋଡ଼ ଗୁଡିକ କେମିତି ସଜଡ଼ା ଯିବ, ଲାଇଟ ଅସୁବିଧା ଦୂର ହେବ ସେ ନେଇ ଆଲୋଚନା ହୋଇଛି। ଅତ୍ୟଧିକ ବର୍ଷା ହେତୁ ଏଥର ରୋଡ଼ ବହୁତ ଖରାପ ହୋଇଛି। ଏହା ସହ ଭୁବନେଶ୍ୱର ମହାନଗର ନିଗମ କିଭଳି ଭଲ ରେଭିନିଉ ଜେନେରେସନ କରିପାରିବ ସେ ନେଇ ଆଲୋଚନା ହୋଇଥିବା ମେୟର ସୁଲୋଚନା ଦାସ କହିଛନ୍ତି।

ସେ କହିଛନ୍ତି ଯେତେ ସବୁ ସଫେଇ ଗାଡି ରହିଛି, ସେ ସବୁ ଏନଜିଓ ଦ୍ୱାରା ମେଂଟେନ ହେଉଥିଲା। ଅନେକ ସମୟରେ ଗାଡି ଖରାପ ହେବା, ବ୍ରେକ ଡାଉନ ହେବା ଦେଖାଯାଉଥିଲା। ଏବେ ବି କିନ୍ତୁ ତାହା ହେବ ନାହିଁ। ଏହି କାମ ଗୋଟେ ଏଜେନ୍ସିକୁ ଦିଆଯିବ। ଯାହା ଦ୍ୱାରା ଗାଡି, ତେଲ, ଡ୍ରାଇଭର, ସବୁ ସେ ଏଜେନ୍ସି ବୁଝିବ। ବିଏମସି ପୁର୍ବରୁ ଏ ସବୁ ବୁଝିବା ଦ୍ୱାରା ଅନେକ ଟଙ୍କା ଯାଉଥିଲା। ଏବେ ବାଟମାରଣା ହେବ ନାହିଁ। ଠିକ ଭାବେ ଗାଡି କାମ ହେବ। ଯଦି ଏନଜିଓ ରାଜି ନହେବ ତେବେ ବାହାରେ ଟେଣ୍ଡର ପଡିବ। ବସ୍ତି ଏରିଆରେ ୟୁଜର୍ସ ଫି ଲାଗୁ ହେବ। ଯାହା ଦ୍ୱାରା ସଫେଇ ମେଂଟେନ ହେବ।

ଇଡକୋ ଟ୍ୟାକ୍ସ କଲେକ୍ସନ ବାବଦରେ ମେୟର ପ୍ରତିକ୍ରିୟା ଦେଇ କହିଛନ୍ତି ଇଡକୋ ଏରିଆରେ ଏବେ ବହୁତ ୱାର୍ଡ ରହିଛି। ଅନେକ ସମୟରେ ସେମାନେ ପଇସା ନେଇ ଦିଅନ୍ତି ନାହିଁ। ଯାହା ଫଳରେ ବିଏମସି ହଇରାଣ ହୁଏ। ମନ୍ତ୍ରୀଙ୍କ ସହ ଆଲୋଚନା ପରେ ସେ ଏବେ ନିଷ୍ପତି ହୋଇଛି ସେମାନେ ତାଙ୍କ ଫି ଦେବେ। ତାଙ୍କ ଅଧୀନରେ ଯେଉଁ ରୋଡ଼ ରହିଛି ସେ ସବୁ ମରାମତି କାମ ବିଏମସି କରିବ।

ଷ୍ଟ୍ରୀଟ ଲାଇଟ ସମସ୍ୟା ବାବଦରେ ମେୟର କହିଛନ୍ତି ଦୁଇଟି ଏଜେନ୍ସି ଇ ସ୍ମାର୍ଟ ଓ ନିବ କାମ କରୁଥିଲା। ୧୯୨୯ରେ କମ୍ପେ୍ଲନ ଆସେ। ଏମାନେ ସର୍ଭିସ ଠିକ ଭାବେ ଦେଉ ନାହାଁନ୍ତି। ଆଗକୁ ମେମୋରଣ୍ଡାମ୍ ଦିଆଯିବ। ସଠିକ ଭାବେ କାମ ନକଲେ ବିଏମସି ଅଲଗା କଥା ଚିନ୍ତା କରିବ। ୱାର୍ଡ ବଜେଟ ରେ ୪୦୦୦ ଲାଇଟ ଲାଗିଥିଲା। ସେ ଲାଇଟ ମରାମତି ପାଇଁ ଏଜେନ୍ସି ଠିକ କରାଯାଉଛି। ନଚେତ ଏଇ ଦୁଇ ଏଜେନ୍ସି ଭିତରୁ ଯିଏ ଭଲ କାମ କରିବେ ତାଙ୍କୁ ଦିଆଯିବ।

କର୍ପୋରେଟର ବନ୍ଦିତା ପାଲ ଆଜି ବୈଠକ ବର୍ଜନ କରିବା ପ୍ରସଙ୍ଗରେ ମେୟର କହିଛନ୍ତି ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତି। ପ୍ରତି କର୍ପୋରେଟର ଚାହାନ୍ତି ତାଙ୍କ ୱାର୍ଡରେ କାମ ଭଲ ହେବ ପାଇଁ। ଆମେ ମଧ୍ୟ ଏହା ଚାହୁଛୁ। ମୁଁ ମଧ୍ୟ ତାଙ୍କୁ ଅନୁରୋଧ କରିଛି ଆସନ୍ତୁ ମିଶିକି କାମ କରିବା। ଦଳ ମତ ଉପରେ ଆମେ କାମ କରିବା। ଏଥିରେ ରାଜନୀତି କରିବା ଗ୍ରହଣୀୟ ନୁହେଁ ଆଉ ମୁଁ ବିଶ୍ୱାସ ମଧ୍ୟ କରେ ନାହିଁ।

ତାଙ୍କ ୱାର୍ଡ ରେ ଭଲ କାମ ହୋଇଛି। ୨୦୨୨ ପରେ ସେଠାରେ ୩. ୫ କୋଟି ଟଙ୍କା ପୋଖରୀ ହୋଇଛି। ଏବେ ୭୦ ଲକ୍ଷ ଟଙ୍କାର କାମ ହେଉଛି। ଅନେକ ରୋଡ଼ କାମ ମଧ୍ୟ ହୋଇଛି। ଦି ୱାର୍ଲ୍ଡ ନିକଟ ରୋଡ଼ କାମ କରାଯାଉଛି। କାମ ଧୀରେ ଧୀରେ ହେଉଛି। ସବୁ କାମ ହେବ। ମଝିରେ ବିଏମସି ପାଖେ ପଇସା ନଥିଲା, ଏବେ ଉନ୍ନତି ପାଇଁ ସବୁ କାମ ହେଉଛି। ଯେଉଁଠି କଚା ପକା ରୋଡ଼ ରହିଛି ଯେମିତିକି ୨, ୨୨, ୫୪ ନମ୍ବର ସେ ସବୁର କାମ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande