ଗଞ୍ଜାମ , 10 ସେପ୍ଟେମ୍ବର (ହିସ)- ବେଲଗୁଣ୍ଟାବ୍ଳକ ନାଟଗା ଗାଁ ର କାମରାଜୁ ନାୟକ (୮୦) ନାମକ ଜଣେ ବୃଦ୍ଧ ଗତ ବୁଧବାର ଦିନ ସକାଳେ ଦାନ୍ତଘସୁଥିଵାଵେଳେ ଅସାବଧାନତା ବଶତଃ ଦାନ୍ତ କାଠିଗିଳିଦେଇଥିଲେ।ଫଳରେ ପାଞ୍ଚଛଅଦିନହେଲାଖାଦ୍ଯଖାଇନପାରି ଅସହ୍ୟ ଯନ୍ତ୍ରଣା ଭୋଗୀଵାରୁ ତାଙ୍କୁ ଵ୍ରହ୍ମପୁର ଵଡଡାକ୍ତର ଖାନା ର ଇଏନ ଟି ବିଭାଗ ରେ ଭର୍ତ୍ତି କରାଯାଇଥିଲା। ଏକ ସ୍ୱତନ୍ତ୍ର ଡାକ୍ତର ଟିମ୍ ବିରଳ ଏକ ଘଣ୍ଟା ଧରି ଅସ୍ତ୍ରୋପଚାର କରି ପ୍ରାୟ ନଅଇଞ୍ଚଲମ୍ବର ଦାନ୍ତ କାଠି ଖାଦ୍ୟ ନଳୀରୁବାହାର କରିଥିଲେ।ଵର୍ତ୍ତମାନ ବୃଦ୍ଧ ଜଣଙ୍କ ସୁସ୍ଥ ଅଛନ୍ତି ବୋଲି ଏସୋସିଏଟଡ ପ୍ରଫେସର ଡାକ୍ତର ସଞ୍ଜୀବ ତ୍କୁମାର ମିଶ୍ର ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର/ହୃଷୀକେଶ
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ