ଛାତ୍ରୀଙ୍କୁ ଦୁଷ୍କର୍ମ ଓ ଅଶ୍ଲୀଳ ଭିଡ଼ିଓ ଭାଇରାଲ ଘଟଣା ଅଧ୍ୟାପକଙ୍କୁ ୨୦ବର୍ଷ କାରାଦଣ୍ଡାଦେଶ
ବାରିପଦା,୧୦ ସେପ୍ଟେମ୍ବର (ହି.ସ.) - ମୟୂରଭଞ୍ଜ ଆଡ଼ ହକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ ପୋକସୋ କୋର୍ଟରେ ଏକ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ତାଙ୍କର ଅଶ୍ଲୀଳ ଭିଡ଼ିଓ ଭାଇରାଲ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ସନ୍ତୋଷ କୁମାର ନାୟକ ଏହାର ବିଚାର କରି ଅଭିଯୁକ୍ତକୁ ୨
Chhatri duskarma karinku jail


ବାରିପଦା,୧୦ ସେପ୍ଟେମ୍ବର (ହି.ସ.) - ମୟୂରଭଞ୍ଜ ଆଡ଼ ହକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ ପୋକସୋ କୋର୍ଟରେ ଏକ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ତାଙ୍କର ଅଶ୍ଲୀଳ ଭିଡ଼ିଓ ଭାଇରାଲ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ସନ୍ତୋଷ କୁମାର ନାୟକ ଏହାର ବିଚାର କରି ଅଭିଯୁକ୍ତକୁ ୨୦ବର୍ଷର କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୨,୧୦,୦୦୦ ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ୨ବର୍ଷ ୬ମାସ ଜେଲ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି। ଆସାମୀ ଜଣକ ହେଲେ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ବୁଢ଼ୀମୁହାଁଣ ଅମ୍ରଦା ଗ୍ରାମର ମାନସ ରଞ୍ଜନ ବାରିକ(୨୭)। ସୂଚନାଯୋଗ୍ୟ, ଉଦଳା ସ୍ଥିତ ସାଇ ସାଧନା ଯୁକ୍ତ ଦୁଇ ମହାବିଦ୍ୟାଳୟରେ ମାନସ ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ। ସେଠାରେ ଜୈନିକା ନାବାଳିକା ଛାତ୍ରୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ଅନେକ ସମୟରେ ନାବାଳିକା ସହିତ ଶାରୀରିକ ସମ୍ପର୍କ ରଖିଥିବା ବେଳେ ଲୁଚାଇ କରି ଉକ୍ତ ସମୟର ଭିଡ଼ିଓ ଏବଂ ଫୋଟ ଉତୋଳନ କରି ରଖିଥିଲେ। ଏହାପରେ ଅଧ୍ୟାପକ ମାନସ ନାବାଳିକାକୁ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲେ। କିନ୍ତୁ ସେ ରାଜି ନହେବାରୁ ଅଶ୍ଲୀଳ ଭିଡ଼ିଓ ଭାଇରାଲ କରି ଦେବାର ଧମକ ଦେଇଥିଲା। ଏନେଇ ନାବାଳିକା ଜଣକ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବାରୁ ସମସ୍ତ ଅଶ୍ଲୀଳ ଭିଡିଓ ଓ ଫୋଟକୁ ମାନସ ଭାଇରାଲ କରି ଦେଇଥିଲେ। ଏ ବାବଦରେ ପୀଡିତାଙ୍କ ପରିବାର ଲୋକେ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକ୍ରମେ ପୁଲିସ ଏକ ମାମଲା ରୁଜୁ କରି ପୀଡିତାର ବୟାନ ରେକର୍ଡ କରିଥିଲେ। ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପୁଲିସର ତଦନ୍ତ ରିପୋର୍ଟକୁ ଭିତି କରି ଜଜ୍ ଉପରୋକ୍ତ ଶୁଣାଣୀ କରିଛନ୍ତି। ପୀଡିତାକୁ ୧ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ମାମଲାକୁ ସରକାରୀ ଆଇନଜୀବୀ ମନୋରଞ୍ଜନ ପଟ୍ଟନାୟକ ପରିଚାଳନା କରୁଥିଲେ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande