ଆଜି ଠାରୁ ଦୁଇଦିନିଆ ୟୁଏଇ ଗସ୍ତରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର, 10 ସେପ୍ଟେମ୍ବର (ହି.ସ.) – ଭାରତ ଓ ୟୁଏଇ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ମଜଭୂତ୍ କରିବା ତଥା ଶୈକ୍ଷିକ ଉତ୍କର୍ଷତା ଏବଂ ନବସୃଜନ ପରିସଂସ୍ଥାନ ପାଇଁ ରଣନୈତିକ ଭାଗିଦାରିତାକୁ ସୁଦୃଢ଼ କରିବା ଦିଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେପ୍ଟ
ଆଜି ଠାରୁ ଦୁଇଦିନିଆ ୟୁଏଇ ଗସ୍ତରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର, 10 ସେପ୍ଟେମ୍ବର (ହି.ସ.) – ଭାରତ ଓ ୟୁଏଇ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ମଜଭୂତ୍ କରିବା ତଥା ଶୈକ୍ଷିକ ଉତ୍କର୍ଷତା ଏବଂ ନବସୃଜନ ପରିସଂସ୍ଥାନ ପାଇଁ ରଣନୈତିକ ଭାଗିଦାରିତାକୁ ସୁଦୃଢ଼ କରିବା ଦିଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେପ୍ଟେମ୍ବର ୧୦ରୁ ୧୧ ତାରିଖ ପର୍ଯ୍ୟନ୍ତ ଦୁଇଦିନିଆ ୟୁଏଇ ଗସ୍ତରେ ଯାଉଛନ୍ତି ।

ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ଶିକ୍ଷା, ନବସୃଜନ ଏବଂ ଜ୍ଞାନ ଆଦାନପ୍ରଦାନରେ ସହଭାଗୀତାକୁ ଆଗକୁ ବଢ଼ାଇବା ଲକ୍ଷ୍ୟରେ ୟୁଏଇର ପ୍ରମୁଖ ନେତୃତ୍ୱ, ମନ୍ତ୍ରୀ, ନୀତି ନିର୍ଦ୍ଧାରକ, ଶିକ୍ଷାବିତ୍ ଏବଂ ଭାରତ ଓ ୟୁଏଇ ଅନୁଷ୍ଠାନର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିବେ । ଶ୍ରୀ ପ୍ରଧାନ ଗସ୍ତର ପ୍ରଥମ ଦିନରେ ଆବୁଧାବିର ଶିକ୍ଷା ଏବଂ ଜ୍ଞାନ ବିଭାଗ (ଏଡିଇକେ)ର ଅଧ୍ୟକ୍ଷା ସାରା ମୁସଲ୍ଲମଙ୍କ ସହ ଆଲୋଚନା କରିବେ । ଆଇଆଇଟି ଦିଲ୍ଲୀ-ଆବୁଧାବୀ କ୍ୟାମ୍ପସ ପରିଦର୍ଶନ କରିବା ସହ ସେଠାରେ ଅଟଳ ଇନକ୍ୟୁବେସନ୍ ସେଣ୍ଟର (ପ୍ରଥମ ବିଦେଶୀ କେନ୍ଦ୍ର) ଉଦଘାଟନ କରିବା ସଙ୍ଗେସଙ୍ଗେ ପିଏଚଡି ଏବଂ ବି.ଟେକ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଏହି ଅବସରରେ ଶ୍ରୀ ପ୍ରଧାନ କ୍ୟାମ୍ପସର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ଆବୁଧାବିର ବାପ୍ସ ହିନ୍ଦୁ ମନ୍ଦିର ପରିଦର୍ଶନ କରିବା ସହ ସିମ୍ବିୟୋସିସ୍ ବିଶ୍ୱବିଦ୍ୟାଳୟ, ଦୁବାଇ କ୍ୟାମ୍ପସର ପ୍ରଥମ ବାର୍ଷିକଉତ୍ସବରେ ଯୋଗଦେବେ ।

ସେହିପରି ଗସ୍ତର ଅନ୍ତିମ ଦିନରେ ୟୁଏଇର ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅବଦୁଲ ରେହମାନ ଅଲ ଆୱାରଙ୍କ ସହିତ ଆଇଆଇଏମ, ଅହମ୍ମଦବାଦର ଦୁବାଇ କ୍ୟାମ୍ପସର ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେବେ । ଉଭୟ ମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ଚାଲିଥିବା ଦ୍ୱିପାକ୍ଷିକ ସହଯୋଗ ବିଷୟରେ ବିସ୍ତୃତ ଆଲୋଚନା କରିବେ । ୟୁଏଇରେ ଭାରତୀୟ ଉଚ୍ଚ ଶିକ୍ଷାନୁଗୁଡ଼ିକର ଏକ ଗୋଲଟେବୁଲ ସମ୍ମିଳନୀରେ ମଧ୍ୟ ସେ ଯୋଗଦେବେ । ଏହାବ୍ୟତୀତ ଶ୍ରୀ ପ୍ରଧାନ କନସୁଲେଟରେ 'ଏକ ପେଡ୍ ମା କେ ନାମ' ଅଭିଯାନ ଅଦୀନରେ ଗଛ ଲଗାଇବେ । ସେଠାରେ ଶିକ୍ଷକ ଦିବସ ପାଳନ ଅବସରରେ ସିବିଏସଇ ସ୍କୁଲର ପ୍ରିନ୍ସିପାଲଙ୍କ ସହିତ ଆଲୋଚନା କରିବେ ଏବଂ ୟୁଏଇରେ ଥିବା ଭାରତୀୟ ସ୍କୁଲଗୁଡ଼ିକରେ ଅଟଳ ଟିଙ୍କରିଂ ଲ୍ୟାବର ଶୁଭାରମ୍ଭ କରିବେ । ଶେଷରେ ଦୁବାଇରେ ବସବାସ କରୁଥିବା ଭାରତୀୟ ପ୍ରବାସୀମାନଙ୍କ ସହିତ ଆଲୋଚନା କରିବା ସହ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande