ଫକୀରମୋହନ ଛାତ୍ରାବାସରେ ବିଭିନ୍ନ ସମସ୍ୟା ନେଇ ଅନ୍ତେବାସୀଙ୍କ ବିକ୍ଷୋଭ
କେନ୍ଦୁଝର, 10 ସେପ୍ଟେମ୍ବର (ହି.ସ.) ଧରଣୀଧର ବିଶ୍ଵବିଦ୍ୟାଳୟ ପରିସରରେ ଅବସ୍ଥିତ ଫକୀରମୋହନ ଛାତ୍ରାବାସରେ ବିନା ଟେଣ୍ଡରରେ ବେଆଇନ ଭାବେ ଦିଆ ଯାଇଥିବା କ୍ୟାଣ୍ଟିନରେ ଖରାପ ଏବଂ ବାସି ଖାଦ୍ୟ ପ୍ରଦାନ କରାଯାଉଥିବା ପ୍ରତିବାଦରେ ଆଜି ବୁଧବାର ଦିନ ଫକୀରମୋହନ ଛାତ୍ରାବାସର ଶତାଧିକ ଛାତ୍ର ବିଶ୍ଵବିଦ୍ୟାଳୟ
ଫକୀରମୋହନ ଛାତ୍ରାବାସରେ ବିଭିନ୍ନ ସମସ୍ୟା ନେଇ ଅନ୍ତେବାସୀଙ୍କ ବିକ୍ଷୋଭ


କେନ୍ଦୁଝର, 10 ସେପ୍ଟେମ୍ବର (ହି.ସ.) ଧରଣୀଧର ବିଶ୍ଵବିଦ୍ୟାଳୟ ପରିସରରେ ଅବସ୍ଥିତ ଫକୀରମୋହନ ଛାତ୍ରାବାସରେ ବିନା ଟେଣ୍ଡରରେ ବେଆଇନ ଭାବେ ଦିଆ ଯାଇଥିବା କ୍ୟାଣ୍ଟିନରେ ଖରାପ ଏବଂ ବାସି ଖାଦ୍ୟ ପ୍ରଦାନ କରାଯାଉଥିବା ପ୍ରତିବାଦରେ ଆଜି ବୁଧବାର ଦିନ ଫକୀରମୋହନ ଛାତ୍ରାବାସର ଶତାଧିକ ଛାତ୍ର ବିଶ୍ଵବିଦ୍ୟାଳୟ ଘେରାଉ କରିବା ସହ ସେମାନଙ୍କୁ ଭଲ ଖାଦ୍ୟ ଦିଆଯିବା ପାଇଁ ଦାବି କରିଛନ୍ତି । ଏହି ବିକ୍ଷୋଭ ପ୍ରଦର୍ଶନ ରେ ଛାତ୍ର ନେତା ଶାଶ୍ଵତ ତ୍ରିପାଠୀ, ଛାତ୍ର କଂଗ୍ରେସ ନେତା ରହିଲ ଅମନ୍, ଅମନ ବେହେରା, ଅଚ୍ୟୁତାନନ୍ଦ ବେହେରା, ଇତ୍ୟାଂଶୁ, ଅମିୟ ରଥ, ତପନ ସେଠୀ ଅମନ ଗୋସ୍ୱାମୀ ଇତ୍ୟାଦି ମୁଖ୍ୟ ଭୂମିକା ଗ୍ରହଣ କରିଥଲେ । ପୁର୍ବରୁ ବି ବହୁଥର ପିଲାଙ୍କ ଖାଦ୍ୟରେ ଅନିୟମିତତା ଏବଂ ଗାଧୁଆ ଘର ଓ ପାଇଖାନା ସଫା ନ ରହିବା ତଥା ଛାତ୍ରାବାସ ପରିସରରେ ଲାଇଟ୍ ନ ଜଳିବା ନେଇ ପୂର୍ବତନ କୁଳପତି ଡଃ ପ୍ରତାପ ମହାନ୍ତିଙ୍କୁ ଅବଗତ କରାଇବା କଥା କେନ୍ଦୁଝର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ୍ ରାଜ୍ ମତ ପ୍ରକାଶ କରିଛନ୍ତି । ଧରଣୀଧର ବିଶ୍ଵବିଦ୍ୟାଳୟରେ ବାରମ୍ବାର ଘଟୁଥିବା ଏପରି ଅସୁବିଧାକୁ ଶୁଭମ୍ ରାଜ୍ ଦୁଃଖ ପ୍ରକାଶ କରିବା ସହ ଦୃଢ଼ ନିନ୍ଦା କରିଛନ୍ତି । ଯଦି ଆଗକୁ ଏମିତି ଅସୁବିଧା ପୁଣି ଥରେ ହୁଏ ତାହାଲେ କେନ୍ଦୁଝର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ହଜାର ହଜାର ଛାତ୍ର ଛାତ୍ରୀଙ୍କୁ ନେଇ ରାଜରାସ୍ତା ରୋକ୍ କରିବା ସହ ଆନ୍ଦୋଳନ ଜୋର୍ ଧରିବା କଥା ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଗଣମାଧ୍ୟମ ଜରିଆରେ ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande