ଲୋକସଭା ଅଧ୍ୟକ୍ଷ ଓମ୍ ବିର୍‌ଲା ଗୁରୁବାର ଦିନ ବେଙ୍ଗାଲୁରୁରେ କରିବେ ସିପିଏ ସମ୍ମିଳନୀର ଉଦ୍‌ଘାଟନ
ନୂଆଦିଲ୍ଲୀ, ୧୦ ସେପ୍ଟେମ୍ବର(ହି.ସ.) – ଲୋକସଭା ଅଧ୍ୟକ୍ଷ ଓମ୍ ବିର୍‌ଲା ଗୁରୁବାର ଦିନ ବେଙ୍ଗାଲୁରୁ ସ୍ଥିତ ବିଧାନସଭା ସୌଧରେ ରାଷ୍ଟ୍ରମଣ୍ଡଳ ସଂସଦୀୟ ସଂଘ(ସିପିଏ) ଭାରତ କ୍ଷେତ୍ରର ୧୧ତମ ସମ୍ମିଳନୀର ଉଦ୍‌ଘାଟନ କରିବେ। ବିରଲା ସିପିଏ ଭାରତ କ୍ଷେତ୍ରର ଅଧ୍ୟକ୍ଷ ମଧ୍ୟ ଅଟନ୍ତି। ଉଦ୍‌ଘାଟନ ଅଧିବେଶନ ସମୟରେ
ଲୋକସଭା ଅଧ୍ୟକ୍ଷ ଓମ୍ ବିର୍‌ଲା ଗୁରୁବାର ଦିନ ବେଙ୍ଗାଲୁରୁରେ କରିବେ ସିପିଏ ସମ୍ମିଳନୀର ଉଦ୍‌ଘାଟନ


ନୂଆଦିଲ୍ଲୀ, ୧୦ ସେପ୍ଟେମ୍ବର(ହି.ସ.) – ଲୋକସଭା ଅଧ୍ୟକ୍ଷ ଓମ୍ ବିର୍‌ଲା ଗୁରୁବାର ଦିନ ବେଙ୍ଗାଲୁରୁ ସ୍ଥିତ ବିଧାନସଭା ସୌଧରେ ରାଷ୍ଟ୍ରମଣ୍ଡଳ ସଂସଦୀୟ ସଂଘ(ସିପିଏ) ଭାରତ କ୍ଷେତ୍ରର ୧୧ତମ ସମ୍ମିଳନୀର ଉଦ୍‌ଘାଟନ କରିବେ। ବିରଲା ସିପିଏ ଭାରତ କ୍ଷେତ୍ରର ଅଧ୍ୟକ୍ଷ ମଧ୍ୟ ଅଟନ୍ତି। ଉଦ୍‌ଘାଟନ ଅଧିବେଶନ ସମୟରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧାରମୈୟା, ରାଜ୍ୟସଭାର ଉପ ସଭାପତି ହରିବଂଶ ଏବଂ ଅନ୍ୟ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବୋଧିତ କରିବେ। କର୍ଣ୍ଣାଟକ ବିଧାନସଭାର ଅଧ୍ୟକ୍ଷ ୟୁ.ଟି. ଖାଦର ଫରିଦ ସ୍ୱାଗତ ଭାଷଣ ଦେବେ ତଥା ସିପିଏ କର୍ଣ୍ଣାଟକ ଶାଖାର ସଚିବ ଧନ୍ୟବାଦ ଜ୍ଞାପନ କରିବେ। କର୍ଣ୍ଣାଟକର ରାଜ୍ୟପାଳ ଥାବର ଚନ୍ଦ ଗହଲୋଟ ଏବଂ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍‌ଲା ୧୩ ସେପ୍ଟେମ୍ବରକୁ ସମାପନ ଅଧିବେଶନକୁ ସମ୍ବୋଧିତ କରିବେ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande