ବଲାଙ୍ଗିର, 10 ସେପ୍ଟେମ୍ବର (ହି.ସ.) ରେଳ ଉପଭୋକ୍ତ ସଂଘ ବୈଠକର ନିଷ୍ପତ୍ତି ଅନୁସାରେ ରେଳମନ୍ତ୍ରୀଙ୍କୁ ବଲାଙ୍ଗିର ଠାରେ ଇଷ୍ଟକୋଷ୍ଟ ରେଲୱେ ର ଏକ ଅତିରିକ୍ତ ଡିଭିଜିନାଲ ରେଲୱେ ମ୍ୟାନେଜର କାର୍ଯ୍ୟାଳୟ ଖୋଲିବା ପାଇଁ ଦାବି କରାଯାଇ ଚିଠି କରାଯାଇଥିଲା । ତାହାର ଗୋଟିଏ କପି ସ୍ଥାନୀୟ ସାଂସଦମାନଙ୍କ ଇ-ମେଲ କୁ ମଧ୍ୟ ଦିଆଯାଇଥିଲା । ତାର ପ୍ରତିଉତ୍ତରରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଆଗାମୀ ଦିନରେ ବଲାଙ୍ଗିର-ଖୋର୍ଦ୍ଧା ରେଳପଥ ଖୋଲିବାର ଥିବା, ବଲାଙ୍ଗିର ଦେଇ ଅନେକ ଗାଡି ବିଶାଖାପାଟନା, ବନାରସ, ବଲାଙ୍ଗିର ନୁଆଁପଡା କୁ ନୂତନ ରେଳପଥ ଆଦି ଥିବାରୁ ବଲାଙ୍ଗିର ରେ ଏକ ଅତିରିକ୍ତ ଡିଭିଜିନାଲ ରେଲୱେ ମ୍ୟାନେଜର କାର୍ଯ୍ୟାଳୟ ଖୋଲିବାକୁ ରେଳମନ୍ତ୍ରୀଙ୍କୁ ଚିଠି କରିଛନ୍ତି । ଏହାକୁ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘ, ବରଗଡ ରେଳ ଉପଭୋକ୍ତା ସଂଘ, ସୋନପୁର ସଂଘ ତଥା ବଲାଙ୍ଗିର ର ଅନେକ ସଂଘ ସ୍ୱାଗତ କରି ଆନନ୍ଦ ପ୍ରକାଶ କରିଥିବାରୁ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର ରାଜ୍ୟସଭା ସାଂସଦଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ବର୍ତ୍ତମାନ ବଲାଙ୍ଗିର ରେ ଲିଫ୍ଟ କାମ କଚ୍ଛପ ଗତିରେ ଅଗ୍ରସର ହେଉଛି । ଅନେକ ଦିନର ଦାବି ବଲାଙ୍ଗିର ରୁ ଭୁବନେଶ୍ୱର ଯାଇ ଫେରିଆସିଲା ପରି ଏକ ସକାଳୁଆ ଟ୍ରେନ, ଦିଲ୍ଲୀ ବା ପ୍ରୟାଗରାଜ କୁ ଏକ ସିଧାସଳଖ ଟ୍ରେନ ଏବଂ ବଲାଙ୍ଗିର ରେ ପିଆଇଟି ଲାଇନ ପାଇଁ ବିଭିନ୍ନ ସମୟରେ ଦାବି କରୁଆସୁଥିଲେ ମଧ୍ୟ ରେଳବାଇ ବିଭାଗ କର୍ଣ୍ଣପାତ କରୁନଥିବାରୁ ସଂଘ ତରଫରୁ ଆଗାମୀ ଦିନରେ ଆନ୍ଦୋଳନ ର ସୁତ୍ରପାତ ହୋଇପାରେ ବୋଲି ପ୍ରଫେସର ମିଶ୍ର ଦର୍ଶାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ