ଅମରାବତୀ, ୧୦ ସେପ୍ଟେମ୍ବର(ହି.ସ.) – ଆନ୍ଧ୍ରପ୍ରଦେଶର ଆଇଟି ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁଙ୍କ ପୁଅ ନାରା ଲୋକେଶ କହିଛନ୍ତି ଯେ ରାଜ୍ୟ ସରକାର ନେପାଳରେ ଫଶିରହିଥିବା ତେଲୁଗୁ ଭାଷାଭାଷୀ ଲୋକଙ୍କୁ ସେଠାରୁ ସୁରକ୍ଷିତ ବାହାର କରିବ। ମନ୍ତ୍ରୀ ଲୋକେଶ କାଠମାଣ୍ଡୁରୁ ବିଶାଖାପାଟନମ୍ ପାଇଁ ବିଶେଷ ଉଡ଼ାନର ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ ରାଜ୍ୟର ଅଧିକାରୀମାନଙ୍କୁ ନେପାଳରେ ଫଶିଥିବା ଲୋକଙ୍କୁ ଯଥାସମ୍ଭବ ସାହାଯ୍ୟ ଏବଂ ଫେରିବା ପର୍ଯ୍ୟନ୍ତ ସମ୍ପର୍କରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ନେପାଳରେ ଫଶିଥିବା ଆନ୍ଧ୍ରପ୍ରଦେଶ ଜନସାଧାରଣଙ୍କ ପାଇଁ ଏକ ହେଲ୍ପଲାଇନ୍ ନମ୍ବର ମଧ୍ୟ ଆରମ୍ଭ କରାଯାଇଛି।
ମନ୍ତ୍ରୀ ଲୋକେଶ ବୁଧବାର ସକାଳେ ସଚିବାଳୟରେ ରିୟଲ ଟାଇମ୍ ଗଭର୍ଣ୍ଣାସ ସୋସାଇଟି(ଆର୍ଟିଜିଏସ୍)ର ଅଧିକାରୀମାନଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି। ଅଧିକାରୀମାନେ ଲୋକେଶଙ୍କୁ ନେପାଳରେ ଫଶିଥିବା ତେଲୁଗୁ ଭାଷାଭାଷୀ ଲୋକଙ୍କ ସୂଚନା ଦେଇଛନ୍ତି। ମନ୍ତ୍ରୀ ଭିଡିଓ କଲ୍ରେ କେତେକ ପିଡ଼ିତଙ୍କ ସହିତ କଥା ମଧ୍ୟ କରିଛନ୍ତି। ଆଇଟି ମନ୍ତ୍ରୀ ଲୋକେଶଙ୍କ ଏହି ବୈଠକରେ ଆନ୍ଧ୍ରପ୍ରଦେଶ ଭବନର ଅଧିକାରୀ ଶ୍ରୀକାନ୍ତ, କାର୍ତିକେୟ ମିଶ୍ର, ମୁକେଶ କୁମାର ମୀଣା, କୋନା ଶଶିଧର, ଅଜୟ ଜୈନ, ହିମାଂଶୁ ଶୁକ୍ଲା ଏବଂ ଜୟଲକ୍ଷ୍ମୀଙ୍କ ସହିତ ସମୀକ୍ଷା କରିଛନ୍ତି। ବୈଠକରେ ଅଧିକାରୀମାନେ ମନ୍ତ୍ରୀଙ୍କୁ କହିଛନ୍ତି ଯେ ନେପାଳରେ ପ୍ରାୟ ୨୪୦ ତେଲୁଗୁ ଭାଷାଭାଷୀ ଲୋକ ଫଶିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି