ଭୁବନେଶ୍ୱର,୧୦ ସେପ୍ଟେମ୍ବର (ହି.ସ.)- ଚଳିତ ମାସରେ ନୂଆ ଅବକାରୀ ନୀତି ଆଣିବେ ରାଜ୍ୟ ସରକାର। ଏନେଇ ସୂଚନା ହେଇଛନ୍ତି ଆଇନ , ପୂର୍ତ ତଥା ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ନୂଆ ନୀତି ନେଇ ଦିନେ ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ହେବ। ସରକାର ସେଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଦୁଇ ରାଜ୍ୟକୁ ଯାଇ ପ୍ରତିନିଧି ଦଳ ଅନୁଧ୍ୟାନ କରି ଫେରିଛନ୍ତି। ଚଳିତ ମାସରେ ନୂଆ ଅବକାରୀ ନୀତି କାର୍ଯ୍ୟ ଶେଷ ହେବ। ନୂଆ ନୀତିରେ ଚୋରା ମାଦକ ଦ୍ରବ୍ୟ ବିକ୍ରି ଉପରେ ରୋକ୍ ଲଗାଯିବ। ଚଢ଼ାଉ ଜୋରଦାର କରାଯାଇଛି, କଠୋର କାର୍ଯ୍ୟାନୁଷ୍ଠାନ ହେବ। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେବ। ମାସେ ବ୍ୟାପି 'ନିଶା ନୁହେଁ ଜୀବନ' ସଚେତନତା କାର୍ଯ୍ୟକ୍ରମ ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା