ରାୟବରେଲୀ, ୧୦ ସେପ୍ଟେମ୍ବର (ହି.ସ.) – ସାଂସଦ ରାହୁଲ ଗାନ୍ଧୀ ନିର୍ବାଚନ କମିଶନ ଉପରେ ଏକଛତ୍ରବାଦୀ ଶାସନର ଅଭିଯୋଗ ଆଣି କହିଛନ୍ତି ଯେ, ମହାରାଷ୍ଟ୍ରର ଏବଂ ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ଦେଖିବା ପରେ ଆମକୁ ଭୋଟ ଚୋରିର କଳା ଏବଂ ଧଳା ପ୍ରମାଣ ମିଳିଛି । ରାହୁଳ ଗାନ୍ଧୀ ଆଜି ତାଙ୍କ ସଂସଦୀୟ କ୍ଷେତ୍ରକୁ ଦୁଇ ଦିନିଆ ଗସ୍ତରେ ରାୟବରେଲିରେ ଅଛନ୍ତି । ଲୋକସଭାରେ ବିରୋଧି ଦଳ ନେତା ରାହୁଳ ଗାନ୍ଧୀ ବୁଧବାର ରାୟବରେଲିର ହରିଚନ୍ଦନପୁର ବିଧାନସଭା କ୍ଷେତ୍ରର ବଟୋହି ରିସୋର୍ଟରେ ବୁଥ୍ କର୍ମୀଙ୍କୁ ସମ୍ବୋଧିତ କରୁଥିଲେ । ରାହୁଳ ଗାନ୍ଧୀ କହିଛନ୍ତି ଯେ, ନିର୍ବାଚନ କମିଶନ ଏବେ ଏକଛତ୍ରବାଦୀ ହୋଇଗଲାଣି । ଏହା ଏବେ କାହାରି କଥା ଶୁଣୁନାହିଁ । ଭୋଟ ଚୋରିର ସମସ୍ତ ପ୍ରମାଣ ଥିବା ସତ୍ୱେ ଏହା ତଦନ୍ତ କରିବାକୁ ମଧ୍ୟ ପ୍ରସ୍ତୁତ ନୁହେଁ । ରାହୁଳଗାନ୍ଧୀ କହିଛନ୍ତି ଯେ, ପୂର୍ବରୁ ଆମେ ଭାବୁଥିଲୁ ଯେ, ନିର୍ବାଚନ ଫଳଫଳରେ କିଛି ଗଣ୍ଡଗୋଳ ଅଛି, କିନ୍ତୁ ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ଦେଖିବା ପରେ, ଆମକୁ ଭୋଟ ଚୋରିର କଳା ଏବଂ ଧଳା ପ୍ରମାଣ ମିଳିଛି । ସେ କହିଥିଲେ ଯେ, ନିର୍ବାଚନ ଚୋରି ହେଉଛି । ଲୋକଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ କରାଯାଉଛି । ସେ କହିଥିଲେ ଯେ, କଂଗ୍ରେସ କର୍ମୀମାନେ ସିଂହ । ଆମେ ସମସ୍ତେ ବିଧାନସଭାକୁ ବଂଚାଇବା ପାଇଁ ଲଢ଼ୁଛୁ ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ