କେନ୍ଦୁଝର, 10 ସେପ୍ଟେମ୍ବର (ହି.ସ.) OMDC ଠିକା କର୍ମଚାରୀ ମାନଙ୍କ ର ଆତ୍ମାହୁତି ଚେତାବନୀ। ଏହିଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀ ଠାରେ। ଆଜି ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀ ଠାରେ ଥିବା OMDC କର୍ମଚାରୀଙ୍କ ପକ୍ଷରୁ ଆତ୍ମାହୁତି ଚେତାବନୀ ଦିଆଯାଇଛି। ଯାହାକି ସୂଚନା ରହିଛି ଏହି OMDC ଖଣିରେ ଠିକା ସଂସ୍ଥା ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ବିଗତ ନଅମାସ ରୁ ଉର୍ଦ୍ଧ ହେଲା ଦରମା ଦେଇନଥିବା ଅଭିଯୋଗ କରିଛନ୍ତି କର୍ମଚାରୀ, ବିଗତ ଦିନରେ OMDC କମ୍ପାନୀର ବିଯିନେସ ହେଡ୍ ଙ୍କୁ କର୍ମଚାରୀ ମାନେ ବଡ଼ବିଲ ଉତ୍ସବ ପଡ଼ିଆ ନିକଟରେ ଥିବା OMDC ଗେଷ୍ଟ ହାଉସ ଠାରେ ସମୂହ ଏକତ୍ରିତ ହୋଇ ଘେରିଥିଲେ ଓ ଅତିଶିଘ୍ର ସେମାନଙ୍କ ବକେୟା ଦରମା କମ୍ପାନୀ ପକ୍ଷରୁ ପ୍ରଦାନ କରାନଗଲେ ସେମାନେ ଆତ୍ମାହୁତି କରିବା ପାଇଁ ଏକ ପ୍ରକାରର ବାଧ୍ୟ ହେବେ ଓ ଏଥିପାଇଁ ସରକାର ଓ କମ୍ପାନୀ କତୃପକ୍ଷ ଦାୟୀ ରହିବେ ବୋଲି ଚେତାବନୀ ଦେଇଥିଲେ। ପରବର୍ତ୍ତୀ ସମୟରେ ଏହି କମ୍ପାନୀ ପକ୍ଷରୁ ମାତ୍ର ଦୁଇମାସ ର ଦରମା ପ୍ରଦାନ କରାଯାଇଥିବା ବେଳେ ପୁଣି କର୍ମଚାରୀଙ୍କ ଦରମା ପ୍ରଦାନ କରୁ ନଥିବା ବେଳେ ଏବେ କୁ ମିଶାଇ ପୁଣି ଦଶମାସ ର ଦରମା ବକେୟା ରହିଲାଣି, ଯାହାକୁ ନେଇ ପୁଣି OMDC କମ୍ପାନୀ ବିରୋଧରେ ରଣ ହୁଙ୍କାର ଦେବା ସହ, ଓ ଏବେ ରାଜ୍ୟରେ ନିଜ ଜିଲ୍ଲାର ମୁଖ୍ୟମନ୍ତ୍ରୀ ଥିବାବେଳେ କଣ ପାଇଁ ତାଙ୍କ ପ୍ରତି ଏ ଅନ୍ୟାୟ କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି। ଦରକାର ପଡିଲେ ନିଜେ ମରିବା ସହ ନିଜ ନିଜ ପରିବାରକୁ ନେଇ ଜୀବନ ହାରିବାକୁ ଚେତାବନୀ ଦେଇଛନ୍ତି ଏହି କର୍ମଚାରୀ ମାନେ ଓ ଏଥି ପାଇଁ କମ୍ପାନୀ କତୃପକ୍ଷ ଏବଂ ସରକାର ଦାୟୀ ରହିବେ ବୋଲି କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA