ରେଳ ବିକାଶ ଉପରେ ପ୍ରଶ୍ନ କରିବାକୁ ଆଇନଜୀବୀଙ୍କ ଦାବି ଡ଼ାବୁଗାଁ ବିଧାୟକଙ୍କ ପ୍ରତିଶୃତି
ଜୟପୁର,୧୦ ସେପ୍େଟମ୍ବର (ହି.ସ.) - ଆଗାମୀ ବିଧାନସଭା ଅଧିବେଶନରେ ଅବିଭକ୍ତ କୋରାପୁଟ ଜିଲ୍ଲାର ରେଳ ବିକାଶ ଉପରେ ପ୍ରଶ୍ନ ଉଠାଇବାକୁ ଆଜି ଜୟପୁରର ବରିଷ୍ଠ ଆଇନଜୀବୀ ମାନେ ଡ଼ାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ନିକଟରେ ଅନୁରୋଧ ରଖିଛନ୍ତି । ଆଇନଜୀବୀଙ୍କ ପକ୍ଷରୁ ଏକ ପତ୍ର ମାଧ୍ୟମରେ କୁହାଯାଇଛି ଯେ, ଗତ
ରେଳ ବିକାଶ ଉପରେ ପ୍ରଶ୍ନ କରିବାକୁ ଆଇନଜୀବୀଙ୍କ ଦାବି ଡ଼ାବୁଗାଁ ବିଧାୟକଙ୍କ ପ୍ରତିଶୃତି:


ଜୟପୁର,୧୦ ସେପ୍େଟମ୍ବର (ହି.ସ.) - ଆଗାମୀ ବିଧାନସଭା ଅଧିବେଶନରେ ଅବିଭକ୍ତ କୋରାପୁଟ ଜିଲ୍ଲାର ରେଳ ବିକାଶ ଉପରେ ପ୍ରଶ୍ନ ଉଠାଇବାକୁ ଆଜି ଜୟପୁରର ବରିଷ୍ଠ ଆଇନଜୀବୀ ମାନେ ଡ଼ାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ନିକଟରେ ଅନୁରୋଧ ରଖିଛନ୍ତି । ଆଇନଜୀବୀଙ୍କ ପକ୍ଷରୁ ଏକ ପତ୍ର ମାଧ୍ୟମରେ କୁହାଯାଇଛି ଯେ, ଗତ ୨୦୧୬ ମସିହାରେ ଓଡ଼ିଶା ସରକାର ଏବଂ ରେଳ ବିଭାଗ ମଧ୍ୟରେ ଏକ ଚୁକ୍ତିନାମା ସାକ୍ଷର ହୋଇଥିଲା । ଉକ୍ତ ଚୁକ୍ତି ଅନୁସାରେ ରାଜ୍ୟ ସରକାର ଉଭୟ ଜୟପୁର-ନବରଙ୍ଗପୁର ଏବଂ ଜୟପୁର-ମାଲକାନଗିରି ନୂଆଁ ରେଳ ପଥ ନେଇ ମାଗଣାରେ ଜମି ଯୋଗାଇବା ସହ ଖର୍ଚ୍ଚର ଅଧା ଅଂଶ ଦେବାକୁ ରାଜି ହୋଇଥିଲା । ତତ୍ସହ ରେଳ ବିଭାଗ ଉଭୟ ପ୍ରକଳ୍ପ ୨୦୨୨ ମସିହା ସୁଦ୍ଧା ସାରିବା ନେଇ ଘୋଷଣା କରି ଜୟପୁର ରେଳ ଷ୍ଟେସନରେ ସୂଚନା ଫଳକ ମଧ୍ୟ ଠିଆ କରାଇଥିଲେ । କିନ୍ତୁ ଦୁର୍ଭାଗ୍ୟ ୯ ବର୍ଷ ବିତିଥିଲେ ବି ଏହା ସରିବା ତ ଦୂରକଥା ଆରମ୍ଭ ମଧ୍ୟ ହୋଇ ପାରିନାହିଁ । ତେଣୁ ଏ ସଂପର୍କରେ ବିଧାନସଭାରେ ପ୍ରଶ୍ନ କରିବାକୁ ଅନୁରୋଧ କରିଥିଲେ । ତତ୍ ସହ ଗତ ପରବ-୨୦୨୪ ଉଦ୍ୟାପନୀ ସଂନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ ଯେ, କୋରାପୁଟରୁ ଭୁବନେଶ୍ୱରକୁ ଦିନ ବେଳେ ଏକ ଟ୍ରେନ୍ କମ୍ ଦିନ ମଧ୍ୟରେ ଚଳ ପ୍ରଚଳ ଆରମ୍ଭ କରିବ। ପୁଣି ମୁଖ୍ୟମନ୍ତ୍ରୀ ଜୟପୁର ଠାରେ ସୁଭଦ୍ରା ଯୋଜନା ବଂଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜୟପୁରରୁ ଭୁବନେଶ୍ୱରକୁ ବନେ୍‌ଦ ଭାରତ ଚଳ ପ୍ରଚଳ କରିବ ବୋଲି ଘୋଷଣା କରିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଦୁଇ ଦୁଇ ଥର ପ୍ରତିଶୃତି ପରେ ମଧ୍ୟ ରେଳ ବିଭାଗ ଆଦିବାସୀ ବହୁଳ ଏହି ଜିଲ୍ଲାକୁ ଗୁରୁତ୍ୱ ଦେବା ଭଳି ଲାଗୁନାହିଁ। ଏହାକୁ ନେଇ ଆଇନଜୀବୀଙ୍କ ପକ୍ଷରୁ ବିଧାୟକଙ୍କୁ ଏ ସଂପର୍କରେ ବିଧାନସଭାରେ ପ୍ରଶ୍ନ କରିବାକୁ ଅନୁରୋଧ କରାଯାଇଛି । ଭୁବନେଶ୍ୱର ଅଭିମୁଖେ ଯାଉଥିବା ବିଧାୟକଙ୍କୁ ଏହି ଅନୁରୋଧ ପତ୍ର ଜୟପୁର ଠାରେ ପ୍ରଦାନ ସମୟରେ ଜିଲ୍ଲା ବାର୍ ଆସୋସିଏସନ୍ର ପୂର୍ବତନ ସଭାପତି ବିରେଶ ପଟ୍ଟନାୟକ, ରାଜ୍ୟ ବାର୍ କାଉନ୍ସିଲ୍ ସଦସ୍ୟ ପି.ରମେଶ ପାତ୍ର, ବାଲା ରାୟ, ସୁଧିର ତ୍ରିପାଠୀ, ରବି ପଟ୍ଟନାୟକ, ଗିରିଧର ଖରା, ରାଜେନ୍ଦ୍ର କୁମାର ଗୌଡ଼ ପ୍ରମୁଖ ଉପସ୍ଥିତ ରହିଥିଲେ । ଉତରରେ ଡ଼ାବୁଗାଁ ବିଧାୟକ ରନ୍ଧାରୀ କହିଛନ୍ତି ଯେ, ଆଗାମୀ ଅଧିବେସନରେ ଉଭୟ ପ୍ରଶ୍ନ ବିଧାନସଭାରେ ଉତଥାପନ କରିବି । କେବଳ ୩୮ କିମି ରେଳପଥ ନବରଙ୍ଗପୁର ଜିଲ୍ଲା ପାଇଁ କରିବାକୁ ଏତେ ସମୟ କାହିଁକି ନେଉଛି ଏହି ଡବଲ୍ ଇଂଜିନ୍ ସରକାର ତାହାର ଜବାବ ରାଜ୍ୟବାସୀ ଜାଣିବାର ହକ୍ ଅଛି । ସେହିପରି ପୂର୍ବରୁ ଯେଉଁ ଭୁବନେଶ୍ୱର-ବିଶାଖପାଟଣା ମଧ୍ୟରେ ସପ୍ତାହରେ ୬ ଦିନ ଚାଲୁଥିବା ବନେ୍‌ଦ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ଭାୟା ଆରାକୁ ଦେଇ କୋରାପୁଟ ଯାଏଁ ସଂପ୍ରସାରଣ କରିବାକୁ ଦାବି ହୋଇଛି ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ଘୋଷଣା କରିଛନ୍ତି ସେ ସଂପର୍କରେ ମଧ୍ୟ ତାଙ୍କ ଠାରୁ ବିଧାନସଭାରେ ଉତର ଚାହିଁବି । ଏହି ବନେ୍‌ଦ ଭାରତ ଚାଲିଲେ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀ ବେଶ୍ ଉପକୃତ ହେବେ ଏବଂ ହିରାଖଣ୍ଡ ଟ୍ରେନ୍ରୁ ମଧ୍ୟ ଭିଡ଼ କମିବ । ସାଧାରଣତଃ ୮୦୦ କିମି ଦୂରତା ମଧ୍ୟରେ ରହିଥିବା ପ୍ରମୁଖ ସହର ଗୁଡ଼ିକର ଯାତ୍ରୀଙ୍କ ସୁବିଧା ପାଇଁ ରେଳ ବିଭାଗ ବନେ୍‌ଦ ଭାରତ ଏକ୍ସପ୍ରେସ୍ର ପରିକଳ୍ପନା କରିଛି । କିନ୍ତୁ ଓଡ଼ିଶାରେ ଚାଲୁଥିବା ୫ଟି ମଧ୍ୟରୁ ଭୁବନେଶ୍ୱର-ବିଶାଖପାଟଣା ବନେ୍‌ଦ ଭାରତ ୫ ଘଂଟାରେ ସର୍ବନିମ୍ନ ୪୪୨ କିମି ଗଡ଼ି ବିଶାଖପାଟଣାରେ ୪ ଘଂଟା ଏବଂ ଭୁବନେଶ୍ୱରରେ ୬ ଘଂଟା ଠିଆ ରହୁଛି । ଏହି ୧୦ ଘଂଟାର ହାଲ୍ଟିଂ ସମୟକୁ ଉପଯୋଗ କରି ଯଦି ଏହି ଟ୍ରେନ୍କୁ ଆରାକୁ ଦେଇ କୋରାପୁଟ ଯାଏଂ ମାତ୍ର ୨୧୫ କିମି ସଂପ୍ରସାରଣ କରାଯିବ, ତେବେ ବନେ୍‌ଦ ଭାରତ ଏକ୍ସପ୍ରେସ୍ ପରିକଳ୍ପନାର ସାର୍ଥକତା ଆସିବା ସମ୍ଭବ ବୋଲି ବିଧାୟକ କହିଛନ୍ତି । କୋରାପୁଟରୁ ୬୮୦ କିମି ଅତିକ୍ରାନ୍ତ କରି ରାୟଗଡ଼ା ଦେଇ କେବଳ ଗୋଟିଏ ମାତ୍ର ଟ୍ରେନ୍ ହିରାଖଣ୍ଡ ଏକ୍ସପ୍ରେସ୍ ରାଜ୍ୟ ରାଜଧାନୀକୁ ୧୩ ଘଂଟା ଯାତ୍ରା କରି ପ୍ରତ୍ୟେହ ସଂଯୋଗ କରୁଛି । ଯଦି ବନେ୍‌ଦ ଭାରତ ୨୦୮୪୧କୁ ସଂପ୍ରସାରଣ କରାଯାଏ ତେବେ କୋରାପୁଟରୁ ଭୁବନେଶ୍ୱର ଯାତ୍ରା ହିରାଖଣ୍ଡ ତୁଳନାରେ ୩୦ କିମି କମ୍ ପଡିବା ସହ ଯାତ୍ରୀଙ୍କ ୫ ଘଂଟା ସମୟ ଅପଚୟ ନ ହୋଇ ବଂଚିଯିବ । ତେଣୁ ଏହି ଟ୍ରେନ୍ର ଗୁରୁତ୍ୱ ରହିବା ସହ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସତ୍ୱେ ଏଥିରେ କାହିଁକି ବିଳମ୍ବ ହେଉଛି, ସେନେଇ ବିଧାନସଭାରେ ପ୍ରଶ୍ନ କରିବି ବୋଲି ରନ୍ଧାରି କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande