ସୁଭଦ୍ରା ଯୋଜନା ବାଦ୍ ପଡିଥିବା ୨ ଲକ୍ଷ ୮୫ ହଜାର ହିତାଧିକାରୀଙ୍କୁ ସାମିଲ ପାଇଁ ଡୋର ଟୁ ଡୋର ସର୍ଭେ କରାଯିବ
ଭୁବନେଶ୍ୱର,୧୦ ସେପ୍ଟେମ୍ବର(ହି.ସ.)- ସୁଭଦ୍ରା ସମୀକ୍ଷା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ତୃତୀୟ ପର୍ଯ୍ୟାୟରୁ ବଂଚିତ ହୋଇଥିବା ୨ ଲକ୍ଷ ୮୫ ହଜାର ହିତାଧିକାରୀଙ୍କୁ ସାମିଲ ପାଇଁ ଡୋର ଟୁ ଡୋର ସର୍ଭେ କରାଯିବ।୧୫ ଦିନ ଭିତରେ ଅଧିକାରୀ ଫିଲ୍ଡ ଭିଜିଟ କରି ତଦନ୍ତ
ସୁଭଦ୍ରା ଯୋଜନା ବାଦ୍ ପଡିଥିବା ୨ ଲକ୍ଷ ୮୫ ହଜାର ହିତାଧିକାରୀଙ୍କୁ ସାମିଲ ପାଇଁ ଡୋର ଟୁ ଡୋର ସର୍ଭେ କରାଯିବ


ଭୁବନେଶ୍ୱର,୧୦ ସେପ୍ଟେମ୍ବର(ହି.ସ.)- ସୁଭଦ୍ରା ସମୀକ୍ଷା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ତୃତୀୟ ପର୍ଯ୍ୟାୟରୁ ବଂଚିତ ହୋଇଥିବା ୨ ଲକ୍ଷ ୮୫ ହଜାର ହିତାଧିକାରୀଙ୍କୁ ସାମିଲ ପାଇଁ ଡୋର ଟୁ ଡୋର ସର୍ଭେ କରାଯିବ।୧୫ ଦିନ ଭିତରେ ଅଧିକାରୀ ଫିଲ୍ଡ ଭିଜିଟ କରି ତଦନ୍ତ ରିପୋର୍ଟ ଦେବେ। ଦୁଇ ଦିନ ଭିତରେ ଅଭିଯୋଗ ପୋର୍ଟାଲ ଖୋଲିବ। ବାଦ ପଡ଼ିଥିବା ହିତାଧିକାରୀ ମାନେ ପୋର୍ଟାଲରେ ଅଭିଯୋଗ କରି ଆଉ ଥରେ ସାମିଲ ପାଇଁ ଆବେଦନ କରି ପାରିବେ। ଏହାସହ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ ମୃତ କି ଜୀବିତ ବୋଲି ଧରାଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡା। ଏବେ ସୁଦ୍ଧା୧୫ ହଜାର ୯୮୪ ହିତାଧିକାରୀ ମୃତ ହିତାଧିକାରୀ ବାଦ ପଡ଼ିଥିବା ବେଳେ ୧୮୦୫ ଜଣ ଜୀବିତ ଅଛନ୍ତି। ସେମାନଙ୍କୁ ମଧ୍ୟ ସାମିଲ କରାଯିବ। ଅନ୍ୟପଟେ ୩୬ ହଜାର ୭୦୨ ହିତାଧିକାରୀ ଗାଡି କିଣିଥିବା ଯୋଗୁଁ ବାଦ ପଡିଛନ୍ତି। ୨୧ ହଜାର ୩୫ ହିତାଧିକାରୀ ଆୟ କର ଦେଉଥିବାରୁ ବାଦ ପଡ଼ିଥିବା ବେଳେ ୧ ଲକ୍ଷ ୩୩ ହଜାର ୬୯୧ ଧାନ ବିକ୍ରି ପଞ୍ଜିକରଣ ଏବଂ କୃଷକ ଭାବେ ପଞ୍ଜିକରଣ କରି ବାଦ ପଡିଛନ୍ତି। ସେ ବାବଦରେ ତଥ୍ୟ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande