ଜୟପୁର, ୧୦ ସେପ୍େଟମ୍ବର (ହି.ସ.) - ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ୨୦୨୬ ଜାନୁଆରୀ ୨୬ରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଭାଗନେବା ପାଇଁ ସ୍ୱେଚ୍ଛାସେବୀ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାର ୪୩ କଲେଜର ୫୩ଟି ଏନ୍ ଏସ୍ ଏସ୍ ୟୁନିଟରୁ ସ୍ୱେଛାସେବୀମାନେ ଯୋଗ ଦେଇଥିଲେ । ବ୍ୟୁରୋ କାର୍ଯ୍ୟକ୍ରମ ସଂଯୋଜକ ଡ଼ ମନୋରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଚୟନ ଶିବିରର ଉଦଘାଟନୀ ସତ୍ରରେ ବିଶ୍ୱବିଦ୍ୟାଳୟର କୁଳସଚିବ ଶ୍ରୀ ମହେଶ୍ୱର ନାୟକ ଅତିଥିଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ଶିବିରରେ ଗତ ବର୍ଷ ବିଶ୍ୱବିଦ୍ୟାଳୟର ବ୍ୟୁରୋ ଅନ୍ତର୍ଗତ ଡିଏଭି ସରକାରୀ ମହାବିଦ୍ୟାଳୟ କୋରାପୁଟର ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀ ମନୋଜ ବେହେରା ଯେକି ଦିଲ୍ଲୀ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଓଡ଼ିଶାର କଂଟିଜେଂଟ ଲିଡର ଭାବେ ଯୋଗଦେଇଥିଲେ ସେଥିପାଇଁ ତାଙ୍କୁ ବ୍ୟୁରୋ ତରଫରୁ ଉପଢୌକନ, ସ୍ମୃତି ଫଳକ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ପରେ ଶିବିରାର୍ଥୀମାନଙ୍କ ଶାରୀରିକ ପ୍ରଦର୍ଶନୀ, ପ୍ୟାରେଡ୍, ଦୌଡ ପ୍ରତିଯୋଗିତା ହେବା ସହ ସାଧାରଣ ଜ୍ଞାନ ପରୀକ୍ଷା, ଦଳଗତ ଆଲୋଚନା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ, ଗୀତ ଓ ଅଭିନୟ ଆଦିର ମୂଲ୍ୟାୟନ କରାଯାଇଥିଲା । ଦିନବ୍ୟାପୀ କାର୍ଯ୍ୟକ୍ରମକୁ ପ୍ରାକ୍ତନ କୋରାପୁଟ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ କିଶୋର ଚନ୍ଦ୍ର ବେହେରା, କ୍ୟାପଟେନ୍ ଲକ୍ଷ୍ମଣ ପାତ୍ର, କୋରାପୁଟ, ନବରଙ୍ଗପୁର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଯଥାକ୍ରମେ ସୁଶାନ୍ତ କୁମାର ବେହେରା ଓ ବିନୋଦ ବିହାରୀ ପ୍ରଧାନ, କୁଡୁମୁଲୁଗୁମ୍ମା କାର୍ଯ୍ୟକ୍ରମ ଅଧିକାରୀ ବିଶ୍ୱଜିତ ମହାନ୍ତି, ବୋରିଗୁମ୍ମା କାର୍ଯ୍ୟକ୍ରମ ଅଧିକାରୀ ଜି. ଉମା ମାହେଶ୍ୱରୀ, ମାଲକାନଗିରି ଡିଗ୍ରୀ କଲେଜ କାର୍ଯ୍ୟକ୍ରମ ଅଧିକାରୀ ଦୀପ୍ତି ମିଶ୍ର, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ଲୋକେଶ ପ୍ରଧାନ, ସୁକାନ୍ତି ସ, ଜି.ଆଇ.ଇ.ଟି, ଗୁଣପୁରର କାର୍ଯ୍ୟକ୍ରମ ଅଧିକାରୀ ଘନିଷ୍ଠା ପୃଷ୍ଟି, ନବରଙ୍ଗପୁର ମୋଡେଲ ଡିଗ୍ରୀ କଲେଜ ପିଓ ରଞ୍ଜୁଲତା କଅଁର, ଏନ୍ ସି ସି ଅଫିସର ପ୍ରକାଶ ବିଦ୍ୟାଳୟ ଜୟପୁର ରାଜେନ୍ଦ୍ର କୁମାର ସାହୁ, ସୁଜାତା ବେଜ୍ ପ୍ରମୁଖ ବିଭିନ୍ନ ପ୍ରତିଯୋଗିତାର ପରିଚାଳନା କରିଥିବା ବେଳେ ବିଶ୍ୱବିଦ୍ୟାଳୟର ସ୍ୱେଚ୍ଛାସେବୀମାନେ ଓ ସୁରଜ୍ ବାହାଦୁର ପ୍ରମୁଖ ସହଯୋଗ କରିଥିଲେ। ସୂଚନାଯୋଗ୍ୟ କି ବିଶ୍ୱବିଦ୍ୟାଳୟରୁ ଚୟନ ହେବାପରେ ପୁରୀ ଠାରେ ଚଳିତ ମାସ ତା ୧୯ ରୁ ୨୧ ରିଖ ମଧ୍ୟରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଚୟନ ଶିବିରରେ ପ୍ରତିନିଧିତ୍ୱ କରିବେ ।
ହିନ୍ଦୁସ୍ଥାନ ସମାଚାର / ପିକେପି