ଭୁବନେଶ୍ୱର, 10 ସେପ୍ଟେମ୍ବର (ହି.ସ.)- ନୂଆ ବିଜେଡ଼ି
ଗଠନ ନେଇ ସଂକେତ ଦେଲେ ଅମର ।ବିଜେଡ଼ି ଲୋକ ହିଁ ନୂଆ ଗଠନ କରିବେ ନୂଆ ବିଜେଡ଼ି । ବର୍ତ୍ତମାନର
ବିଜେଡ଼ି ଲୋକ ଓ କର୍ମୀଙ୍କ ଠାରୁ ଦୂରେଇ ଯାଉଛି । ଏବେ ବିଜେଡିରେ ଯାହା ଘଟୁଛି, ନିର୍ଦ୍ଦିଷ୍ଟ ନୀତି
ଓ ବିଚାରଧାରାରେ ଦଳ ନଚାଲିଲେ ଆଗକୁ ଆହୁରି ନେତା, କର୍ମୀ ଦୂରେଇ ଯିବେ । ବିଜେଡିରେ କିଏ ହେବେ ଏକନାଥ ସିନ୍ଦେ, ପ୍ରଶ୍ନରେ ଅମର
କହିଲେ, ବର୍ତ୍ତମାନ ସିଏ
ଗୋପରେ ବଢୁଛି କି ମଥୁରାକୁ ଆସି ଗଲେଣି ସେକଥା କିଏ କହିବ । ଗତକାଲି ପୂର୍ବତନ ସାଂସଦ ତଥାଗତ
ଶତପଥୀ ଏ ନେଇ ଇଙ୍ଗିତ ଦେଇଥିଲେ । ଆଜି ତଥାଗତଙ୍କ କଥାକୁ ସମର୍ଥନ କଲେ ବରିଷ୍ଠ ନେତା ଅମର
ଶତପଥୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା