ଭୁବନେଶ୍ୱରରେ ଅଷ୍ଟମ ମହିଳା ଡେଣ୍ଟାଲ କର୍ମଶାଳା ଅନୁଷ୍ଠିତ
ଭୁବନେଶ୍ୱର, 10 ସେପ୍ଟେମ୍ବର (ହି.ସ.) - ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି ଅଷ୍ଟମ ମହିଳା ଡେଣ୍ଟାଲ କର୍ମଶାଳା। ଏହି କର୍ମଶାଳାରେ ଏଆଇ ଜ୍ଞାନକୌଶଳକୁ ନେଇ ଦନ୍ତ ଚିକିତ୍ସା କିଭଳି କରାଯିବ ସେ ନେଇ ଆଲୋଚନା ହୋଇଛି । ଏହା ଛଡ଼ା ଓରାଲ ହେଲଥ ର ଉତ୍ତମ ସେବା ପାଇଁ କଣ ସବୁ ଚି
ଭୁବନେଶ୍ୱରରେ ଅଷ୍ଟମ ମହିଳା     ଡେଣ୍ଟାଲ କର୍ମଶାଳା ଅନୁଷ୍ଠିତ


ଭୁବନେଶ୍ୱର, 10 ସେପ୍ଟେମ୍ବର (ହି.ସ.)

- ଭୁବନେଶ୍ୱରରେ

ଅନୁଷ୍ଠିତ ହୋଇଛି ଅଷ୍ଟମ ମହିଳା ଡେଣ୍ଟାଲ କର୍ମଶାଳା। ଏହି କର୍ମଶାଳାରେ ଏଆଇ ଜ୍ଞାନକୌଶଳକୁ ନେଇ

ଦନ୍ତ ଚିକିତ୍ସା କିଭଳି କରାଯିବ ସେ ନେଇ ଆଲୋଚନା ହୋଇଛି । ଏହା ଛଡ଼ା ଓରାଲ ହେଲଥ ର ଉତ୍ତମ

ସେବା ପାଇଁ କଣ ସବୁ ଚିକିତ୍ସା ପ୍ରଣାଳୀ ବ୍ୟବହାର ହେଉଛି ଉତ୍ତମମାନର ସେବା କେମିତି ଯୋଗାଇ ହେବ

ରୋଗୀଙ୍କୁ ସେ ନେଇ ଏଠାରେ ଆଲୋଚନା ହୋଇଛି। ଏହି କର୍ମଶାଳା ଇଣ୍ଡିଆନ ଡେଣ୍ଟଲ ଆସୋସିଏସନ ପକ୍ଷରୁ

ଅନୁଷ୍ଠିତ ହୋଇଛି। କର୍ମଶାଳାରେ ରାଜ୍ୟର ଭିନ୍ନ ହସ୍ପିଟାଲ ଓ କ୍ଲିନିକ ମହିଳା ଡେଣ୍ଟିସ୍ଟ ମାନେ

ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଶିଶୁ ଅଧିକାର ଆୟୋଗ ର ସଦସ୍ୟ ମନସ୍ମିତା ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି।

ରାଜ୍ୟରେ ଶିଶୁ ଓ ମହିଳାଙ୍କ ଓରାଲ ହେଲଥ କିଭଳି ଭଲ ରହିବ ଓରାଲ କ୍ୟାନ୍ସର କମିବ ସେ ନେଇ

ସମସ୍ତଙ୍କୁ ମିଶି କାମ କରିବାର ଆଵଶ୍ୟକତା ଥିବା ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande