ଝାରସୁଗୁଡ଼ା କିର୍ମିରା ପାକ୍ସ ସମ୍ପାଦକ ନିଲମ୍ବିତ
ଭୁବନେଶ୍ୱର,୧୦ ସେପ୍ଟେମ୍ବର(ହି.ସ.)- ସାର କଳାବଜାରୀ ବିରୁଦ୍ଧରେ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବେଆଇନ ସାର କାରବାର ଅଭିଯୋଗରେ କିର୍ମିରା ପାକ୍ସ ସମ୍ପାଦକ ବୁଦ୍ଧଦେବ ସାହୁଙ୍କୁ ସମବାୟ ବିଭାଗ ପକ୍ଷରୁ ଆଜି କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ୨୬ ବସ୍ତା ୟୁରିଆ ସାର ବେଆଇନ ଭାବେ ବିକ୍ରି କରୁ
ଝାରସୁଗୁଡ଼ା କିର୍ମିରା ପାକ୍ସ ସମ୍ପାଦକ ନିଲମ୍ବିତ


ଭୁବନେଶ୍ୱର,୧୦ ସେପ୍ଟେମ୍ବର(ହି.ସ.)- ସାର କଳାବଜାରୀ ବିରୁଦ୍ଧରେ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବେଆଇନ ସାର କାରବାର ଅଭିଯୋଗରେ କିର୍ମିରା ପାକ୍ସ ସମ୍ପାଦକ ବୁଦ୍ଧଦେବ ସାହୁଙ୍କୁ ସମବାୟ ବିଭାଗ ପକ୍ଷରୁ ଆଜି କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ୨୬ ବସ୍ତା ୟୁରିଆ ସାର ବେଆଇନ ଭାବେ ବିକ୍ରି କରୁଥିବା ସମୟରେ ସେ ଧରା ପଡ଼ିଥିଲେ। ନିଲମ୍ବନ ସମୟରେ ସମ୍ବଲପୁର ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଲଇକେରା ଶାଖା କାର୍ଯ୍ୟାଳୟରେ ତାଙ୍କର ମୁଖ୍ୟାଳୟ (ହେଡ୍ କ୍ୱାର୍ଟ)ର୍ ସ୍ଥିର କରାଯାଇଛି । ନିଲମ୍ବନ ଆଦେଶ ବଳବତ୍ତର ରହିବା ପର୍ଯ୍ୟନ୍ତ ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ।

ସୂଚନାଯୋଗ୍ୟ, ସାର କଳାବଜାରୀ ସମ୍ପର୍କରେ କିର୍ମିରା ପାକ୍ସ ସମ୍ପାଦକଙ୍କ ବିରୁଦ୍ଧରେ ସ୍ଥାନୀୟ କୃଷକ ଅଭିଯୋଗ କରିବା ପରେ କିର୍ମିରା ତହସିଲଦାର, ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, କିର୍ମିରା ବ୍ଲକ୍ କୃଷି ଅଧିକାରୀ, କିର୍ମିରା ସାର ନିରୀକ୍ଷକ ମିଳିତ ଭାବେ ଚଢ଼ଉ କରିଥିଲେ । ୨୬ ବସ୍ତା ୟୁରିଆ ସାର ପିକ୍ ଅପ୍ ଭ୍ୟାନରେ ଲୋଡ୍ କରୁଥିବା ସମୟରେ ସେ ଧରା ପଡ଼ିଥିଲେ । ସାର କଳାବଜାରୀ ଅଭିଯୋଗରେ ଆଜି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ଏଭଳି ଅନିୟମିତତାରେ ଲିପ୍ତ ରହିଲେ ତୁରନ୍ତ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା ପାଇଁ ସମବାୟ ବିଭାଗ ପକ୍ଷରୁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande