ଏନଏସିଦାବିରେ ବିଭିନ୍ନ ଅଞ୍ଚଳରେ ଆନ୍ଦୋଳନ ପ୍ରସଙ୍ଗ
ଆଲୋଚନାରେ ସମାଧାନ ହୁଏ, ଆନ୍ଦୋଳନରେ ନୁହେଁ- ନଗର ଉନ୍ନୟନ ମନ୍ତ୍ରୀ ଭୁବନେଶ୍ୱର, 10 ସେପ୍ଟେମ୍ବର (ହି.ସ.)- ଏନଏସିଦାବିରେ ବିଭିନ୍ନ ଅଞ୍ଚଳରେ ହେଉଥିବା ଆନ୍ଦୋଳନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ,
ଏନଏସିଦାବିରେ ବିଭିନ୍ନ     ଅଞ୍ଚଳରେ ଆନ୍ଦୋଳନ ପ୍ରସଙ୍ଗ


ଆଲୋଚନାରେ ସମାଧାନ ହୁଏ, ଆନ୍ଦୋଳନରେ ନୁହେଁ-

ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର, 10 ସେପ୍ଟେମ୍ବର (ହି.ସ.)- ଏନଏସିଦାବିରେ ବିଭିନ୍ନ

ଅଞ୍ଚଳରେ ହେଉଥିବା ଆନ୍ଦୋଳନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ

କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି , ଆଲୋଚନାରେ ସମାଧାନ ହୁଏ, ଆନ୍ଦୋଳନରେ ନୁହେଁ । ଲୋକେ ଆସି ସରକାରଙ୍କ ସହ ଆଲୋଚନା କରନ୍ତୁ ।

ଏହା ସ୍ୱାଗତଯୋଗ୍ୟ ଯେ ଲୋକ ସହରୀକରଣ ପାଇଁ ଆଗ୍ରହୀ । ସହରରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ପରି

ବ୍ୟବସ୍ଥା ଅଛି । ତେଣୁ ଲୋକେ ସହରକୁ ଆସୁଛନ୍ତି । ହେଲେ ସହରୀକରଣରେ ଓଡ଼ିଶା ପଛରେ ଅଛି ।

ଜାତୀୟ ସ୍ତର 32-34% ଥିବାବେଳେ ଓଡ଼ିଶା କେବଳ 17% ରେ ସୀମିତ ଅଛି । ଯାହା ଝାଡ଼ଖଣ୍ଡ ଓ ଛତିଶଗଡଠାରୁ କମ । ସରକାର ଏହା

ଉପରେ ସମୀକ୍ଷା କରି ସହରୀକରଣ ବଢାଇବାକୁ ଚାହୁଁଛନ୍ତି । ଗତ 14 ମାସରେ 14 ଏନଏସିଓ 7 ପୌର ପରିଷଦ ଓ ପୁରୀ ମହାନଗର

ନିଗମ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ ଆହୁରି ହେବ । ଏକା ସାଙ୍ଗେ ସବୁ ହୋଇ ପାରିବ

ନାହିଁ । ସବୁ ମାପଦଣ୍ଡ ଦେଖି କରାହେବ । ଯେଉଁମାନେ ଆପତ୍ତି କରିଥିଲେ, ତାକୁ ବିଚାର

କରାଯାଇଥିଲା । ପଂଚାୟତିରାଜ ବିଭାଗ ତର୍ଜମା କରି ନଗର ଉନ୍ନୟନ ବିଭାଗକୁ ତଥ୍ୟ ଦେବା ପରେ ଘୋଷଣା

ହେଲା । ଯେଉଁଠି ଆବଶ୍ୟକ ଓ ମାପଦଣ୍ଡ ଠିକ ଥିବ, ସେଠି ହେବ ବୋଲି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର

କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande