ଭୁବନେଶ୍ୱର,୧୦ ସେପ୍ଟେମ୍ବର (ହି.ସ.)- ଓଡ଼ିଶାରେ ନୂଆ ଦଳ ଗଠନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା କହିଛନ୍ତି ଯେ ବିଜେଡି କୁ ଛାଡି ଓଡିଶା ରେ କୌଣସି ଆଂଚଳିକ ଦଳ ସକ୍ସେସ ହୋଇନି। ପୂର୍ବରୁ ଅନେକ ଆଂଚଳିକ ଦଳ ଗଠନ ହୋଇଛି। ଅମର ବାବୁ ଓ ଜି ପି ଆଂଚଳିକ ଦଳରେ ଥିଲେ। ହେଲେ ତାହା ଅବସ୍ଥା କଣ ହେଲା ସମସ୍ତେ ଜାଣନ୍ତି । ନବୀନ ବାବୁଙ୍କ ମ୍ୟାନେଜ ପାଇଁ ଓଡିଶା ବାସୀ ବିଜେଡିକୁ ବାରମ୍ବାର ସୁଯୋଗ ଦେଲେ। ବିଜୁ ବାବୁ କହିଥିଲେ ଶହେ ଶୂନ ମିଶିଲେ ବି ଶୂନ। ବିଜେଡିକୁ ଛାଡି ବିଜୁଙ୍କ ନାଁରେ ଯାହା ସଂଗଠନ ହୋଇଛି ସବୁ ଫ୍ରଡ଼ ବୋଲି କହିଛନ୍ତି ପ୍ରତାପ ଜେନା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା