କାଲି ବାଣୀବିହାର କ୍ୱାର୍ଟର୍ସରୁ ବିଦା ହେବେ ଅନଧିକୃତ
ଭୁବନେଶ୍ୱର,୧୦ ସେପ୍ଟେମ୍ବର (ହି.ସ.)- ବାଣୀବିହାର କ୍ୟାମ୍ପସ୍ ରେ ଥିବା କ୍ୱାର୍ଟର୍ସକୁ ଯେଉଁମାନେ ମାଡ଼ି ବସିଛନ୍ତି ଏବଂ ବେଆଇନ ଭାବେ ରହୁଛନ୍ତି ସେମାନଙ୍କୁ ଆସନ୍ତାକାଲି ବିଦା କରାଯିବ। ଏସିପି ଜୋନ୍‌-୫ ବିଶ୍ୱରଞ୍ଜନ ସେନାପତି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଅନଧିକୃତ ଭାବେ ରହୁଥିବା ଲୋକଙ୍କୁ ନ
କାଲି ବାଣୀବିହାର କ୍ୱାର୍ଟର୍ସରୁ ବିଦା ହେବେ ଅନଧିକୃତ


ଭୁବନେଶ୍ୱର,୧୦ ସେପ୍ଟେମ୍ବର (ହି.ସ.)- ବାଣୀବିହାର କ୍ୟାମ୍ପସ୍ ରେ ଥିବା କ୍ୱାର୍ଟର୍ସକୁ ଯେଉଁମାନେ ମାଡ଼ି ବସିଛନ୍ତି ଏବଂ ବେଆଇନ ଭାବେ ରହୁଛନ୍ତି ସେମାନଙ୍କୁ ଆସନ୍ତାକାଲି ବିଦା କରାଯିବ। ଏସିପି ଜୋନ୍‌-୫ ବିଶ୍ୱରଞ୍ଜନ ସେନାପତି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଅନଧିକୃତ ଭାବେ ରହୁଥିବା ଲୋକଙ୍କୁ ନୋଟିସ୍ ଦିଆଯାଇଥିଲା। ଆଜି ନୋଟିସ୍ ର ଡେଡ୍ ଲାଇନ ସରୁଛି । କାଲି ପୋଲିସ ଉଚ୍ଛେଦ କରିବ। ସେହିପରି ବସ୍ତି କରି ରହୁଥିବା ଲୋକଙ୍କୁ ଉଚ୍ଛେଦ ପାଇଁ ଟିକେ ସମୟ ଲାଗିବ ବୋଲି ଏସିପି କହିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରୁ ଅଣଛାତ୍ରଙ୍କୁ ବିଦା ପରେ ଏବେ କ୍ୱାର୍ଟର୍ସ କ୍ଲିନ୍ ପାଇଁ କର୍ତୃପକ୍ଷଙ୍କ ପଦକ୍ଷେପ ନେଉଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande