ଉତ୍କଳ ବିଶ୍ୱବିଦ୍ୟାଳୟରେ ଜୀବନ ଜିନ୍ଦାବାଦ କାର୍ଯ୍ୟକ୍ରମ
ଭୁବନେଶ୍ୱର,୧୦ ସେପ୍ଟେମ୍ବର (ହି.ସ.)- ଉତ୍କଳ ବିଶ୍ୱବିଦ୍ୟାଳୟ ରେ ଉଚ୍ଚଶିକ୍ଷା ବିଭାଗ ତରଫରୁ ଜୀବନ ଜିନ୍ଦାବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଛାତ୍ରଛାତ୍ରୀ ମାନଙ୍କୁ କିଭଳି ଆତ୍ମହତ୍ୟା ପ୍ରବଣତାରୁ ରୋକାଯାଇପାରିବ ସେ ଉପରେ ଆଲୋଚନା ସହ ସଚେତନ କରାଯାଇଛି। ସାଧାରଣତଃ ଯୁବ ପିଢି ମାନେ ଛୋଟ ଛୋଟ କଥା
ଉତ୍କଳ ବିଶ୍ୱବିଦ୍ୟାଳୟରେ ଜୀବନ ଜିନ୍ଦାବାଦ କାର୍ଯ୍ୟକ୍ରମ


ଭୁବନେଶ୍ୱର,୧୦ ସେପ୍ଟେମ୍ବର (ହି.ସ.)- ଉତ୍କଳ ବିଶ୍ୱବିଦ୍ୟାଳୟ ରେ ଉଚ୍ଚଶିକ୍ଷା ବିଭାଗ ତରଫରୁ ଜୀବନ ଜିନ୍ଦାବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଛାତ୍ରଛାତ୍ରୀ ମାନଙ୍କୁ କିଭଳି ଆତ୍ମହତ୍ୟା ପ୍ରବଣତାରୁ ରୋକାଯାଇପାରିବ ସେ ଉପରେ ଆଲୋଚନା ସହ ସଚେତନ କରାଯାଇଛି। ସାଧାରଣତଃ ଯୁବ ପିଢି ମାନେ ଛୋଟ ଛୋଟ କଥାରେ ଆତ୍ମହତ୍ୟା ଭଳି ଭୁଲ ପଦକ୍ଷେପମାନ ନେଉଛନ୍ତି ଯାହା ଭୁଲ ବୋଲି କହିଛନ୍ତି ମନସ୍ତତ୍ୱବିତ। ଜୀବନରେ ଅନେକ ଘଟଣା ଦୁର୍ଘଟଣା ହେବ କିନ୍ତୁ ସେ ସବୁକୁ ପାର କରିବାକୁ ହେବ। ଛାତ୍ର ଜୀବନରେ ଉଚ୍ଚ ବିଚାର ରଖି ଆଗକୁ ବଢିବାକୁ ହୁଏ ବୋଲି ଉଚ୍ଚ ଶିକ୍ଷା ବିଭାଗର ନିର୍ଦେଶକ କହିଥିଲେ । ବିଶ୍ୱବିଦ୍ୟାଳୟ କୁଳପତି ଯଜେ୍ଞଶ୍ୱର ଦଣ୍ଡପାଟ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ସବୁ ଅସୁବିଧାକୁ ପାର କରି ଜୀବନ ଏକ ସୁନ୍ଦର ଯାତ୍ରା ଜିଇଁବାକୁ ହେବ । ନିଜ ସାଙ୍ଗ ସାଥି ମାନଙ୍କୁ ମଧ୍ୟ ଏଭଳି ଭୁଲ କଥା ରୁ ନିବୃତ ରହିବାକୁ ସହଯୋଗ କରନ୍ତୁ ବୋଲି ସେ କହିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande