କେନ୍ଦୁଝର, ୧୧ ସେପ୍ଟେମ୍ବର (ହି.ସ.) - ଆଜି କେନ୍ଦୁଝର ଏସଡିଜିଏମ ଚିଲ୍ଡରେନ୍ କୋର୍ଟର ବିଚାରପତି ମମିତା ଦାସ ଏକ ଦୁଷ୍କର୍ମ ଘଟଣା ଲର ବିଚାର କରିଛନ୍ତି । ହରିଚନ୍ଦନପୁର ଥାନା ଅନ୍ତର୍ଗତ ବ୍ରଜମୋହନପୁର ଗ୍ରାମର ଦୋଷୀ ଅନିଲ କୁମାର ପଲେଇଙ୍କୁ କୋଡ଼ିଏ ବର୍ଷ ସଶ୍ରମ କାରାଦଣ୍ଡରେ ଦାଣ୍ଡିତ୍ କରିଛନ୍ତି। ଏହା ସହ ଦଶ ହାଜର ଟଙ୍କା ଜୋରିମାନା ଅନାଦେୟ ଏକ ବର୍ଷ କାରାଦଣ୍ଡ ସଜା ଶୁଣାଇଛନ୍ତି। ଉକ୍ତ ଘଟଣାରେ ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିବା ନିମନ୍ତେ ଆଇନ ସେବା ପ୍ରାଧିକରଣକୁ ସୁପାରିଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA