ସହରାଂଚଳ ଥାନା ପକ୍ଷରୁ ଆଂଟି ତବାକୋ ଅଭିଯାନ
ଭଦ୍ରକ, ୧୧ ସେପ୍ଟେମ୍ବର (ହି.ସ.) - ଭଦ୍ରକ ସହରକୁ ତବାକୋ ମୁକ୍ତ କରିବା ଲକ୍ଷ୍ୟ ନେଇ ଭଦ୍ରକ ସହରାଂଚଳ ଥାନା ପୁଲିସ୍ ପକ୍ଷରୁ ଆଂଟି ତବାକୋ ଅଭିଯାନ ଆରମ୍ଭ ହୋଇଛି। ଏହି ଆରମ୍ଭର ପ୍ରଥମ ପର୍ଯ୍ୟାୟରେ ଭଦ୍ରକ ସ୍ୱୟଶାଂସିତ ମହାବିଦ୍ୟାଳୟ , ସରକାରୀ ବାଳିକା ବିଦ୍ୟାଳୟ, ଜିଲାସ୍କୁଲ ଓ ଗାନ୍ଧିପଡିଆ ନିକଟରେ ଥ
ANTI TABACO ABHIJAN START


ଭଦ୍ରକ, ୧୧ ସେପ୍ଟେମ୍ବର (ହି.ସ.) - ଭଦ୍ରକ ସହରକୁ ତବାକୋ ମୁକ୍ତ କରିବା ଲକ୍ଷ୍ୟ ନେଇ ଭଦ୍ରକ ସହରାଂଚଳ ଥାନା ପୁଲିସ୍ ପକ୍ଷରୁ ଆଂଟି ତବାକୋ ଅଭିଯାନ ଆରମ୍ଭ ହୋଇଛି। ଏହି ଆରମ୍ଭର ପ୍ରଥମ ପର୍ଯ୍ୟାୟରେ ଭଦ୍ରକ ସ୍ୱୟଶାଂସିତ ମହାବିଦ୍ୟାଳୟ , ସରକାରୀ ବାଳିକା ବିଦ୍ୟାଳୟ, ଜିଲାସ୍କୁଲ ଓ ଗାନ୍ଧିପଡିଆ ନିକଟରେ ଥିବା ବହୁ ଦୋକାନରୁ ଏହି ତବାକୋ ଜବତ କରାଯାଇ ନିଆଁ ଲଗାଇ ପୋଡାଯାଇଛି। ଏଠାରେ ସୂଚନାଯୋଗ୍ୟ ଗତ କିଛିଦିନ ଧରି ଭଦ୍ରକ ସହରରେ ଥିବା ଶିକ୍ଷାନୁଷ୍ଠାନ ନିକଟ ଦୋକାନ ଗୁଡିକରୁ ଏହି ତବାକୋ ବିପୁଳ ପରିମାଣରେ ବିକ୍ରି ହେବା ଫଳରେ କୋମଳମତି ଛାତ୍ରମାନେ ତାହା ସେବନ କରି କୁଅଭ୍ୟାସରେ ପଡୁଛନ୍ତି। ଏ ସଂପର୍କରେ ଅଭିଯୋଗ ହେବା ପରେ ଏସ୍‌ପି ମନୋଜ ରାଉତଙ୍କ ନିର୍ଦ୍ଦେଶ କ୍ରମେ ସହରାଂଚଳ ଥାନା ପୁଲିସ୍ ସଂପୃକ୍ତ ଶିକ୍ଷାନୁଷ୍ଠାନ ନିକଟରେ ଥିବା ଦୋକାନ ଗୁଡିକରୁ ତବାକୋ ଜବତ କରି ନିଆଁ ଲଗାଇ ପୋଡିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande