ଅହମଦିଆ ମୁସଲିମ୍ ସଂଗଠନ ପକ୍ଷରୁ ଭିନ୍ନକ୍ଷମ ଛାତ୍ରଙ୍କୁ ସହାୟତା
କେନ୍ଦ୍ରାପଡ଼ା, ୧୧ ସେପ୍ଟେମ୍ବର(ହି.ସ.) – ବଡ଼ହାଟ ସ୍ଥିତ ଅହମଦିୟା ମୁସ୍‌ଲିମ ସଂଗଠନ ପକ୍ଷରୁ ଅଯୋଧ୍ୟା ନଗର ଅନ୍ଧ ସ୍କୁଲ ଓ କଜଳାରେ ଥିବା ମୂକ-ବଧିର ସ୍କୁଲରେ ଯାଇ ପିଲାମାନଙ୍କୁ ଶୁଖିଲା ଖାଦ୍ୟ ତଥା ବ୍ରେଡ, ବିସ୍କୁଟ, କେକ୍‌, ମିକଚର, ସେଉ ଓ ଗୁଲକନ ଡି ବଂଟନ କରାଯାଇଛି। ଏହି ଅବସରରେ ସ୍କୁଲ ପରିଚାଳକ
ଅହମଦିଆ ମୁସଲିମ୍ ସଂଗଠନ ପକ୍ଷରୁ ଭିନ୍ନକ୍ଷମ ଛାତ୍ରଙ୍କୁ ସହାୟତା


କେନ୍ଦ୍ରାପଡ଼ା, ୧୧ ସେପ୍ଟେମ୍ବର(ହି.ସ.) – ବଡ଼ହାଟ ସ୍ଥିତ ଅହମଦିୟା ମୁସ୍‌ଲିମ ସଂଗଠନ ପକ୍ଷରୁ ଅଯୋଧ୍ୟା ନଗର ଅନ୍ଧ ସ୍କୁଲ ଓ କଜଳାରେ ଥିବା ମୂକ-ବଧିର ସ୍କୁଲରେ ଯାଇ ପିଲାମାନଙ୍କୁ ଶୁଖିଲା ଖାଦ୍ୟ ତଥା ବ୍ରେଡ, ବିସ୍କୁଟ, କେକ୍‌, ମିକଚର, ସେଉ ଓ ଗୁଲକନ ଡି ବଂଟନ କରାଯାଇଛି। ଏହି ଅବସରରେ ସ୍କୁଲ ପରିଚାଳକ ସୌପନାସ ଦାସ ଏବଂ ସମସ୍ତ ଶିକ୍ଷକମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସାମୂହିକ ନୀରବ ପ୍ରାର୍ଥନା ସହ ଆରମ୍ଭ କରାଯାଇଥିଲା। ସାମୂହିକ ନୀରବ ପ୍ରାର୍ଥନା ମୌଲବି ନସିର ଖାଁ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ଅହମଦିୟା ମୁସଲିମ ସଂଗଠନର ସଭାପତି ସେକ ସଲିମ୍ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ତଥା କର୍ମକର୍ତା ଭାବେ ସେକ ଜମାଲୁଦ୍ଦିନ, ସେକ ନସିରୁଦ୍ଦିନ, ସେକ ଅମିର ଅହମଦ, ମହମ୍ମଦ କରିମ, ସେକ ମୁନିରୁଦ୍ଦିନ, ସୟଦ ସରଫରାଜ ଏବଂ ମୌଲବି ନସିର ଖାଁ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande