ଜୟପୁର, ୧୧ ସେପ୍ଟେମ୍ବର (ହି.ସ.)- ଲୁଟ ମାମଲାରେ ଅନ୍ୟ ଏକ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ଗୋପବନ୍ଧୁ ନଗରର କୃଷ୍ଣ ଟାକରି (୨୦) । ହାଡିଆର କମଳୋ ଲୋଚନ ଭତ୍ରା ଗତ ୩.୭.୨୫ ତାରିଖ ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଭତ୍ରା ୬ ଜଣଙ୍କ ସହ ଏକ ବୋଲେରୋରେ ଜୟପୁର ଆସି ଧାନ ବିକ୍ରୟ ଟଙ୍କା ୩ ଲକ୍ଷ ୯୦ ହଜାର ଉଠାଇ ଗାନ୍ଧୀଛକରେ ଥିବା ସାହୁ ହୋଟେଲେ ଖାଇଥିଲେ । ଔଷଧ କିଣିବା ପାଇଁ ବେଲ ରୋଡ ପଟେ ଯାଇଥିଲେ । ସେହି ସମୟରେ ଶୁଭମ କଲ୍ୟାଣ ମଣ୍ଡପ ନିକଟରେ ୩ ଜଣ ଦୁର୍ବୁତବାଇକରେ ଆସି ୧ ଲକ୍ଷ ଟଙ୍କା ଲୁଟ କରିନେଇ ଥିଲେ । ଏନେଇ ଅଭିଯୋଗ ହେବାରୁ ପୋଲିସ ୨୩୦/୨୫ ମାମଲା ରୁଜୁ କରିଥିଲା । ଗତ ୩୦ ତାରିଖରେ ବାପୁଜି ନଗର ରାମ ନାଥ ସୁନା ଓ ଗୋପବନ୍ଧୁ ନଗରର ରାଜୀବ ଖିଲ (୨୪) ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିିଥିବା ବେଳେ ଆଜି ଅନ୍ୟ ଏକ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିବା ବିଷୟ ଟାଉନ ପୋଲିସ ତରଫରୁ ସୂଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି