ବଡ ବିରୁହାଁରୁ ଚାବି ଭାଂଗି ଚୋରି ଅଭିଯୋଗ
କୋରେଇ, ୧୧ ସେପ୍ଟେମ୍ବର (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ବଡବିରୁହାଁ ଗ୍ରାମରେ ତାଲା ଭାଂଗି ଘରେ ପଶି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ବଡବିରୁହାଁ ଗ୍ରାମର କିର୍ତନ ମହାପାତ୍ରଙ୍କ ପୁଅ ଦେବେନ୍ଦ୍ରେ କୁମାର ମହାପାତ୍ରଙ୍କ ଅଭିଯୋଗ ଅନୁଯାୟୀ ଗ୍ରାମରେ ଥିବା ତାଙ୍କ ଘର
ବଡ ବିରୁହାଁରୁ ଚାବି ଭାଂଗି ଚୋରି ଅଭିଯୋଗ


କୋରେଇ, ୧୧ ସେପ୍ଟେମ୍ବର (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ବଡବିରୁହାଁ ଗ୍ରାମରେ ତାଲା ଭାଂଗି ଘରେ ପଶି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ବଡବିରୁହାଁ ଗ୍ରାମର କିର୍ତନ ମହାପାତ୍ରଙ୍କ ପୁଅ ଦେବେନ୍ଦ୍ରେ କୁମାର ମହାପାତ୍ରଙ୍କ ଅଭିଯୋଗ ଅନୁଯାୟୀ ଗ୍ରାମରେ ଥିବା ତାଙ୍କ ଘରେ ତାଲା ପକାଇ ସପରିବାର କଟକରେ ରୁହନ୍ତି । ବୁଧବାର ରାତ୍ରିରେ କେହି ଦୃର୍ବୃତ ଘରର ଚାବି ଭାଗିଂ ଘରେ ପଶି ସମସ୍ତ ଆସବାସପତ୍ର ଯଥା ପିତଳ ହଣ୍ଡା, ମାଣ୍ଡିଆ, ଗରା, ବାଲଟି, ରୁପା ଅଳଙ୍କାର, ଠାକୁରଙ୍କ ବାସନ କୁସନ ସମତେ ରୁପା କଏନ ଓ ଦାମୀ ଲୁଗାପଟା ଆଦି ଚୋରି କରିନେଇଛି । ଖବରପାଇ ଆସି ଦେଖିବା ବେଳେକୁ ଗରୁ ସବୁ ଚୋରି ହୋଈଯାଇଛି । ପୁଲିସ ଅଭିଯୋଗ ପାଇବା ପରେ ତଦନ୍ତ କରୁଛି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande