ବ୍ଲକ ସ୍ତରିୟ ଜନଶୁଣାଣୀ ଶିବିର
ଜୟପୁର, ୧୧ ସେପ୍ଟେମ୍ବର (ହି.ସ.)- ଜୟପୁର ବ୍ଲକ ସଭାଗୃହରେ ଆଜି ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି । ଏଠାରେ ବିଡିଓ ଶକ୍ତି ମହାପାତ୍ର, ସହକାରି ନିର୍ବାହୀ ଯନ୍ତ୍ରୀ ବିଜୟ ନନ୍ଦ, ଏପିଓ ମାନସ କର ଉପସ୍ଥିତ ଥିଲେ । ୨୦୨୫-୨୬ ଆର୍ଥିକ ବର୍ଷରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ
ବ୍ଲକ ସ୍ତରିୟ ଜନଶୁଣାଣୀ ଶିବିର


ଜୟପୁର, ୧୧ ସେପ୍ଟେମ୍ବର (ହି.ସ.)- ଜୟପୁର ବ୍ଲକ ସଭାଗୃହରେ ଆଜି ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି । ଏଠାରେ ବିଡିଓ ଶକ୍ତି ମହାପାତ୍ର, ସହକାରି ନିର୍ବାହୀ ଯନ୍ତ୍ରୀ ବିଜୟ ନନ୍ଦ, ଏପିଓ ମାନସ କର ଉପସ୍ଥିତ ଥିଲେ । ୨୦୨୫-୨୬ ଆର୍ଥିକ ବର୍ଷରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଏବଂ ସମଗ୍ର ଶିକ୍ଷା ଉପରେ ଜନ ଶୁଣାଣି କରାଯାଇଥିଲା । କେସ ରେକର୍ଡ ଠିକ ମେଣ୍ଟନ ହୋଇନଥିବା ବେଳେ ୭ ଦିନ ଭିତରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୭ ଦିନ ଭିତରେ ନହେଲେ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ନୂଆରେ ଆସିଥିବା କାର୍ଡ ଉପରେ ଆଲୋଚନା କରାଯାଇଥିଲା । ଜୟପୁର ବ୍ଲକ ଅଧିନରେ ଥିବା ପିଇଓ, ଜିଆରଏସ, ଏଡିଓ ମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande