ତିନୋଟି ବ୍ଲକ୍ ର ମହିଳା ସରପଞ୍ଚ ଏଵଂ ନାଏବ ସରପଞ୍ଚଙ୍କୁ ନେଇ ଦକ୍ଷତା ବୃଦ୍ଧି ତାଲିମ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ
ମାଲକାନଗିରି, ୧୧ ସେପ୍ଟେମ୍ବର (ହି.ସ.)- ସରକାରଙ୍କ ଉଦ୍ୟମରେ ସ୍ଥାନୀୟ ତିନୋଟି ବ୍ଲକ୍ ଯଥା କାଲିମେଳା, କୋରୁକୋଣ୍ଡା ଏଵଂ ମାଥିଲି ବ୍ଲକ୍ ଆଦି ବିଭିନ୍ନ ପଞ୍ଚାୟତର ମହିଳା ସରପଞ୍ଚ ଏଵଂ ନାଏ ବ ସରପଞ୍ଚଙ୍କୁ ନେଇ ଏକ ଦକ୍ଷତା ବୃଦ୍ଧି ନେତୃତ୍ୱ ର ଗଠନ ତାଲିମ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛ
ତିନୋଟି ବ୍ଲକ୍ ର ମହିଳା ସରପଞ୍ଚ ଏଵଂ ନାଏବ ସରପଞ୍ଚଙ୍କୁ ନେଇ ଦକ୍ଷତା ବୃଦ୍ଧି ତାଲିମ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ


ମାଲକାନଗିରି, ୧୧ ସେପ୍ଟେମ୍ବର (ହି.ସ.)- ସରକାରଙ୍କ ଉଦ୍ୟମରେ ସ୍ଥାନୀୟ ତିନୋଟି ବ୍ଲକ୍ ଯଥା କାଲିମେଳା, କୋରୁକୋଣ୍ଡା ଏଵଂ ମାଥିଲି ବ୍ଲକ୍ ଆଦି ବିଭିନ୍ନ ପଞ୍ଚାୟତର ମହିଳା ସରପଞ୍ଚ ଏଵଂ ନାଏ ବ ସରପଞ୍ଚଙ୍କୁ ନେଇ ଏକ ଦକ୍ଷତା ବୃଦ୍ଧି ନେତୃତ୍ୱ ର ଗଠନ ତାଲିମ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଗ୍ରାମପଞ୍ଚାୟତର ବିକାଶ ଉଦ୍ଦେଶ୍ୟରେ ମହିଳା ଲୋକ ପ୍ରତିନିଧିଙ୍କୁ ନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଏକ ଦୀର୍ଘ ତିନି ଦିନିଆ ତାଲିମ୍ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିର ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ଜିଲ୍ଲା ପରିଷଦ ତତ୍ତ୍ୱାବଧାନରେ ଚଳିତ ମାସ ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା।

ପ୍ରଶିକ୍ଷଣର ଉଦଯାପନୀ କାର୍ଯକ୍ରମରେ ମୂଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବରଙ୍କ ସମେତ ସମ୍ମାନୀତ ଅତିଥି ଭାବରେ ଏପିଡି ରାମଚନ୍ଦ୍ର ଖଡ଼ିଆ, ଏପିଡି ଅର୍ଥ ମାନସ ମିଶ୍ର, ଅତିଥି ଭାବରେ ଡିପିଏମ ଅଶୋକ ସାହୁ ଉପସ୍ଥିତ ରହି ସମସ୍ତଙ୍କୁ କାର୍ଯ୍ୟକ୍ରମର ଜରୁରୀ ଦିଗ ପ୍ରତି ଧ୍ୟାନ ଆକର୍ଷଣ କରିଥିଲେ। ଏଥିରେ ପୋଗ୍ରାମ୍ ମ୍ୟାନେଜର ହିମାଂଶୁ ଭୁଷଣ ମହାରଣା ଶିବିରର ଉଦ୍ଦେଶ୍ୟ ଓ କାର୍ଯ୍ୟସୂଚୀ ବିଷୟରେ ବିସ୍ତୃତ ଭାବେ ଉପସ୍ଥିତ ପ୍ରଶିକ୍ଷାର୍ଥିଙ୍କୁ ଅବଗତ କରାଇଥିଲେ । ଏହି ତାଲିମ୍ ଶିବିରରେ ଆସିଥିବା ସମସ୍ତ ମହିଳା ସରପଞ୍ଚ ଏଵଂ ନାଏବ ସରପଞ୍ଚଙ୍କ ନେତୃତ୍ବ ମାଧ୍ୟମରେ ଗ୍ରାମପଞ୍ଚାୟତର ବିକାଶ ସମ୍ଭବ ଏହି ଉଦ୍ଦେଶ୍ୟରେ ବିଶେଷ ତାଲିମ୍ ଦିଆଯାଇଥିଲା। ଏହି ଶିବିରରେ ତାଲିମ୍ ଦାତା ଭାବରେ ସମସ୍ତ ମହିଳା ତାଲିମ୍ ଦାତାଙ୍କ ମଧ୍ୟରେ ଏନ ସ୍ଵାତୀ, ସଞ୍ଜନା ମହାରଣା, ଭଗବତୀ ମଣ୍ଡଳ, ସୁନୀତା ସାମଲ, ତପସ୍ଵିନୀ ଜେନା ଆଦି ପ୍ରେରଣାଦାୟୀ ଏବଂ ତଥ୍ୟ ମୂଳକ ତାଲିମ୍ ଦେଇଥିଲେ। ତାଲିମ୍ ଶିବିର ପରେ ଏହି ପ୍ରଶିକ୍ଷଣ ପାଇଥିବା ସମସ୍ତ ମହିଳା ସରପଞ୍ଚ ଏଵଂ ନାଏବ ସରପଞ୍ଚ ମାନେ ନିଜ ଅଞ୍ଚଳରେ ଜନସାଧାରଣଙ୍କୁ ସଚେତନ କରି ନିଜ ଜ୍ଞାନ ଓ ଅନୁଭବକୁ ବ୍ୟବହାର କରି ଗ୍ରାମପଞ୍ଚାୟତର ବିକାଶର ଦାୟିତ୍ଵ ନେବେ।

ଏହି କାର୍ଯ୍ୟକ୍ରମକୁ ସଫଳ ଓ ସୁ-ସଂଗଠିତ ଭାବେ ପରିଚାଳନା କରିବାରେ ବିନାଶ କୁମାର ମିଶ୍ରଙ୍କ ନେତୃତ୍ୱ ରେ ଏନ. ଅହଲ୍ୟା, ବିଶ୍ଵନାଥ ମଣ୍ଡଳ, ରାଜକୁମାର ଦୁରୁଆ, ନିପିନ୍ଦ୍ର ଦୂରୁଆ ଓ ଜିଲ୍ଲା ପରିଷଦ ଏଵଂ ପଞ୍ଚାୟତ ସାଧନ କେନ୍ଦ୍ର ର ସମସ୍ତ ସଦସ୍ୟ ମାନେ ସହଯୋଗ ଦେଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande