ଏସି ତମ୍ବା ତାର ଚୋରି ମାମଲାରେ ଜଣେ ଗିରଫ
ଜୟପୁର,୧୧ ସେପ୍ଟେମ୍ବର (ହି.ସ.) - ଜୟପୁର ମାଜିଷ୍ଟ୍ରେଟଙ୍କ ଘରୁ ଏସିର ତମ୍ବାତାର ଚୋରି ମାମଲାରେ ଆଜି ଟାଉନପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଜଣକ ହେଲା ସ୍ୱିପର କଲୋନୀର ନିଖିଳ ଆକୋଜି। ଗତ ସେପ୍ଟେମ୍ବର ୧ ତାରିଖରେ ମାଜିଷ୍ଟ୍ରେଟଙ୍କ ଘରୁ ଏସିର ତମ୍ବାତାର ଚୋରି କରିଥିଲେ। ଏନ
ଏସି ତମ୍ବା ତାର ଚୋରି ମାମଲାରେ ଜଣେ ଗିରଫ


ଜୟପୁର,୧୧ ସେପ୍ଟେମ୍ବର (ହି.ସ.) - ଜୟପୁର ମାଜିଷ୍ଟ୍ରେଟଙ୍କ ଘରୁ ଏସିର ତମ୍ବାତାର ଚୋରି ମାମଲାରେ ଆଜି ଟାଉନପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଜଣକ ହେଲା ସ୍ୱିପର କଲୋନୀର ନିଖିଳ ଆକୋଜି। ଗତ ସେପ୍ଟେମ୍ବର ୧ ତାରିଖରେ ମାଜିଷ୍ଟ୍ରେଟଙ୍କ ଘରୁ ଏସିର ତମ୍ବାତାର ଚୋରି କରିଥିଲେ। ଏନେଇ ମାଜିଷ୍ଟ୍ରେଟ୍ ଥାନାରେ ଏତଲା ଦେବା ପରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରାଯାଇଥିଲା। ଆଜି ଟାଉନପୁଲିସ ଅଭିଯୁକ୍ତ ନିଖିଳକୁ ଗିରଫ କରିବା ସହ ତା ଠାରୁ ୫୨ସିଏମ ତମ୍ବାତାର ଜବତ କରି କୋର୍ଟ ଚାଲାଣ କରାଯାଇଥିବା ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande