ଭଦ୍ରକ, ୧୧ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ଧାମନଗର ପୁଲିସ ଓ ଅବକାରୀ ବିଭାଗ ମିଳିତ ରେ ଧାମନଗର ଅଂଚଳ ରେ ବିଭିନ୍ନ ସ୍ଥାନରେ ଚୋରା ମଦ ବିକ୍ରେତାଙ୍କ ଦୋକନ ଓ ଘର ଉପରେ ଚଢାଉ କରାଯାଇ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଏମାନଙ୍କ ପାଖରୁ ବହୁ ମାତ୍ରାରେ ଦେଶୀ ଓ ବିଦେଶୀ ମଦ ଜବଦ କରାଯାଇଛି। ଅଭିଯୁକ୍ତ ମାନେ ହେଲେ ସୋହଡା ପଂଚାୟତ କଂଟାପାରି ଗ୍ରାମର ସନାତନ ଜେନା, ଦଳାଙ୍ଗ ପଂଚାୟତ ଜାହାଙ୍ଗୀର ଗ୍ରାମର ବିଷ୍ଣୁ ସାହୁ, ଦିହୁଡ଼ି ଆନନ୍ଦପୁର ପଂଚାୟତ ଉତେଇପୁର ଗ୍ରାମର ଭୀମସେନ ପତି, ମାନଲାପୁର ଗ୍ରାମର ଅକ୍ଷୟ ଯେନା। ଏମାନଙ୍କ ପାଖରୁ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ସମେତ ବିୟର ଓ ମହୁଲି ଜବତ ହୋଇଛି। ଏହି ୪ ଜଣଙ୍କ ନାମରେ ଧାମନଗର ଥାନା ପକ୍ଷରୁ ଦୁଇଜଣ ନାମରେ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଦୁଇ ଜଣଙ୍କ ନାମରେ ୨ ଟି ମାମଲା ରୁଜୁ କରାଯାଇଛି। ଏହି ଚଡାଉରେ ଥାନାର ଏସସାଇ ଲରେନ୍ସ ଖୁଜୁରୁ, ଅବକାରୀ ଓଆଇସି ଅଭିଳାଷ ପାଲ ଓ ଅନ୍ୟ କର୍ମଚାରୀ ସାମିଲ ହୋଇ ଏହି ଚଡାଉ କରିଥିଲେ ।ନିକଟରେ ଗୁଟୁକା ଓ ଧଳା ଜହର ଧରିବାରେ ପୋଲିସ ସଫଳ ହୋଇ ଥିବାବେଳେ ଗୁରୁବାର ବିପୁଳ ମଦ ଜବତ ବିଭାଗ କୁ ବେଶ ସଫଳ ଦେଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ