କେନ୍ଦ୍ରାପଡ଼ା, ୧୧ ସେପ୍ଟେମ୍ବର(ହି.ସ.) – ଏକ୍ ପେଡ୍ ମା କେ ନାମ ୨.୦ ଅଧୀନରେ ସାର ରାଜ୍ୟ ସହିତ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ବିଶାଳ ଚାରା଼ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ଡେରାବିଶ ବ୍ଲକ ବାରିମୂଳ ସ୍ଥିତ ଗାନ୍ଧୀ ମଇଦାନରେ ଏକ ପ୍ରସ୍ତୁତି ସମାରୋହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର ଆୟାର ମୁଖ୍ୟ ଅତିଥି ଭାବେ ଯୋଗ କିଛି ଚାରା଼ରୋପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଡିଫଓ ରାଜନଗର, ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସମିତି ସଭ୍ୟ, ବିଡିଓ ଡେରାବିଶ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ଦ୍ୱାରା ଆୟୋଜିତ ଆଜିର କାର୍ଯ୍ୟକ୍ରମରେ ଆସନ୍ତା ୧୭ ତାରିଖର ବିଶାଳ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ପ୍ରାକ ପ୍ରସ୍ତୁତି କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି