ଖୋର୍ଦ୍ଧା,୧୧ ସେପ୍ଟେମ୍ବର (ହି.ସ.) - ଗତକାଲି ବିଳମ୍ବିତ ରାତିରେ ବୋଲଗଡ଼ ଥାନା ହାଟବସ୍ତରେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ୨ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଦୁଇ ଯୁବକ ହେଲେ ବଡ଼କୁମ୍ଭାରୀ ଗାଁର ମାନସ ଜେନା ଓ ଟୁଲୁ ପରିଡ଼ା। ଉଭୟଙ୍କୁ ଗୁଳିମାଡ଼ ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରାଜସୁନାଖଳା ଡାକ୍ତଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା ପରେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ବୋଲଗଡ଼ ପୋଲିସ ପହଂଚି ତଦନ୍ତ ଚଳାଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନା ମୁତାବକ ବୁଧବାର ବିଳମ୍ବିତ ରାତିରେ ୬ରୁ ୮ ଜଣ ଯୁବକ ୩ଟି ବାଇକ୍ରେ ବଡ଼କୁଆରୀ ଗାଁକୁ ଆସି ଫିଲ୍ମଷ୍ଟାଇଲ୍ରେ ୨ ଯୁବକଙ୍କୁ ଅପହରଣ କରି ନେଇଥିଲେ। ପରେ ଖବର ପାଇ ବୋଲଗଡ଼ ଓ ଭାପୁର ପୋଲିସ ମିଳିତ ଚଢ଼ାଉ କରିବା ସମୟରେ ଭାପୁର ଥାନା ଅନ୍ତର୍ଗତ ବାଲିଆପଡ଼ା ନିକଟରେ ଦୁଇ ଜଣକୁ ଛାଡ଼ି ଅଭିଯୁକ୍ତମାନେ ଫେରାର ହୋଇଥିଲେ। ପୋଲିସ ଗୁରୁତର ଅବସ୍ଥାରେ ପ୍ରଥମେ ଦୁଇଜଣଙ୍କୁ ସୁନାଖଳା ମେଡିକାଲ ଭର୍ତି କରିଥିଲା। ତେବେ ଘଟଣା ପରେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିବା ନେଇ ପୋଲିସ ସୂଚନା ଦେବା ସହ ଏ ପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ।
ହିନ୍ଦୁସ୍ଥାନ ସମାଚାର / ରାକେଶ