ଭଦ୍ରକ, ୧୧ ସେପ୍ଟେମ୍ବର (ହି.ସ.) - ଗ୍ରାମାଂଚଳର ଉନ୍ନତୀ ପାଇଁ ସବୁବେଳେ ସରକାର ଙ୍କ ପ୍ରତିଶ୍ରୁତି ଥାଏ ତାହାବି ପୁରଣ କରା ଯାଏ ମାତ୍ର ଅହଙ୍କାର ରେ ବି କିଛିବି ଭୁଲ କରା ଯାଏ ଯାହା ଦୋବଲ ରେ ପ୍ରସ୍ତାବିତ ବସଷ୍ଟାଣ୍ଡ ରେ ଘଟିଛି। ଧାମନଗର- ଦୋବଲ ରାସ୍ତାର ମୁସ୍ତଫାପୁର ଘୋଡ଼ଗଣ୍ଡ ନାଳ ପାଖରେ ପ୍ରସ୍ତାବିତ ଦୋବଲ ବସଷ୍ଟାଣ୍ଡ ଏବେ ଜବରଦଖଲକାରୀ ଙ୍କ କବଜାରେ । ବସଷ୍ଟାଣ୍ଡ ନିର୍ମାଣ ଲାଗି ରହିଥିବା ୨.୫ ଏକର ଜମିକୁ ଜଣକ ପରେ ଜଣେ କବଜା କରି ଦୋକାନ କରିଗଲେଣି । ପାଖରେ ମଦ ଦୋକାନ ଥିବାରୁ ଏହି ଜାଗାରେ ଚାଖଣା ଦୋକାନ, ପାନ ଦୋକାନ ଓ ପ୍ୟାକେଟ ଫୁଡ୍ ଦୋକାନ ସବୁ ଗଢ଼ି ଉଠିଲାଣି। ତା ସହ ମାଟି ପଡ଼ି ପାଚେରୀ ହୋଇଥିବାରୁ ସେହି ପାଚେରୀ କଡ଼ ଏବେ ମୁକ୍ତାକାଶ ବାର ମଧ୍ୟ ହୋଇଗଲାଣି। ନିଶାଡ଼ିମାନେ ମଦ ଦୋକାନରୁ ମଦ ଆଣି ଏହି ପାଚେରୀ କଡ଼ରେ ପିଉଥିବା ଦେଖିବାକୁ ମିଳିଛି। ଦୋବଲ ସମେତ ୮ ଟି ପଂଚାୟତ, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ବିଭିନ୍ନ ପଂଚାୟତ ଓ ଭଣ୍ଡାରିପୋଖରୀ ଅଂଚଳର କିଛି ପଂଚାୟତର ଲୋକ ଦୋବଲ ବସଷ୍ଟାଣ୍ଡ ଉପରେ ନିର୍ଭର କରନ୍ତି। ଏହିଠାରୁ ଭଦ୍ରକ, ବାଲେଶ୍ୱର, କେନ୍ଦୁଝରର ଘଟଗାଁ କୁ ଯିବା ଆସିବା କରିଥାନ୍ତି। ହେଲେ ଷ୍ଟେଟ ବ୍ୟାଙ୍କ ସାମନାରେ ଥିବା ବସଷ୍ଟାଣ୍ଡ ଟି ବିପର୍ଯ୍ଯସ୍ତ ହୋଇ ପଡ଼ିଥିଲା। ଏହାସହ ସ୍ଥାନୀୟ ଲୋକେ ଜବରଦଖଲ କରି ନେଇଥିଲେ। ତେବେ ସ୍ୱଳ୍ପ ସ୍ଥାନରେ ବସ ଷ୍ଟାଣ୍ଡ ଟି ହେବା ସମ୍ଭବ ନଥିବାରୁ ପୁର୍ବ ସରକାର ପକ୍ଷରୁ ଘୋଡ଼ାଗଣ୍ଡ ନାଳ ନିକଟରେ ୟୁନାନୀ ମେଡିକାଲକୁ ଲାଗି ନୂଆ ବସଷ୍ଟାଣ୍ଡ ନିର୍ମାଣ କରିବାକୁ ନିଷ୍ପତି ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ୨ କୋଟି ୯୧ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ପରବର୍ତୀ ମୁହୂର୍ତରେ ବସଷ୍ଟାଣ୍ଡ ପାଇଁ ୫ କୋଟି ୮୨ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ଆଉ ୨୦୨୩ ଅଗଷ୍ଟ ୨୩ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଏହାର ଭିତିପ୍ରସ୍ତର ସ୍ଥାପନ କରିଥିଲେ। ସେହି ଅନୁସାରେ ରାଜ୍ୟ ସରକାର ଟେଣ୍ଡର ଆହ୍ୱାନ କରିଥିଲେ। ଠିକାଦାର କାମ ଆରମ୍ଭ କରିଥିଲା। ହେଲେ ବସ ଷ୍ଟାଣ୍ଡ ନିର୍ମାଣ ଲାଗି ଜାଗା ସମତୁଲ କରି ବାଉଣ୍ଡରି ୱାଲ ବା ସୁରକ୍ଷା ପ୍ରାଚୀର କରାଯିବା ଭିତରେ ରାଜ୍ୟରେ ସରକାର ବଦଳିଥିଲା।ସ୍ଥାନୀୟ କିଛି ଲୋକ ଙ୍କ ବିରୋଧ ହେଉ କିମ୍ବା ନୂଆ ସରକାର ଆସିବା ପରେ କିଛି କର୍ମୀ ଙ୍କ ଅହଙ୍କାର କାଳେ ପୁର୍ବ ସରକାର ନା ନେ ଇ ଯିବ ସେହି ଭୟରେ ସେଠାରେ ନିର୍ମାଣଧିନ ବସଷ୍ଟାଣ୍ଡ କିଛି ଲୋକ ବିରୋଧ କରିଥିଲେ। ଏ ସ୍ଥାନ ବଦଳରେ ପୁରୁଣା ବସଷ୍ଟାଣ୍ଡ ଜାଗାରେ ବସଷ୍ଟାଣ୍ଡ ନିର୍ମାଣ କରିବାକୁ ଦାବି ହୋଇଥିଲା। ପରେ ନୂଆ ସରକାରଙ୍କ ପକ୍ଷରୁ କାମ ବନ୍ଦ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରଶାସନର ନିର୍ଦ୍ଦେଶ ପରେ ଠିକାଦାର କାମ ବନ୍ଦ କରିଥିଲେ। ଆଉ ପ୍ରକଳ୍ପ ସ୍ଥଳରେ ଗଦା କରିଥିବା ଲୁହା ରଡ଼, ସିମେଂଟ, ଚିପ୍ସ କୁ ପ୍ରତ୍ୟେକ ଦିନ ଗାଡ଼ି ଲଗାଇ ଉଠାଇ ନେଇଥିଲେ। ଯାହାକୁ ନେଇ ଲୋକଙ୍କ ମନରେ ଆଶଙ୍କା ଦେଖା ଦେଇଥିଲା। ଏପରି କି ସେଠାରେ ପଡ଼ିଥିବା ବାଲି ମାଟି କୁ ମଧ୍ୟ ଟ୍ରକ ଓ ଟ୍ରାକ୍ଟର ରେ ବୋହି ନେଇଗଲେ। ହେଲେ ସାଧାରଣ ଲୋକ କି ଲାଭ ପାଇଲେ। ପ୍ରାୟ ଦୁଇ ବର୍ଷ ହୋଇଗଲା ନା ନୁଆ ବସଷ୍ଟାଣ୍ଡ ହେଲା ନା ପୁରୁଣା ବସ ଷ୍ଟାଣ୍ଡ ରେ କାମ ହେଲା। କେବଳ ରାଜନୈତିକ ଜିଦି ରେ ସାଧାରଣ ଲୋକ ବଳି ପଡ଼ିଲେ। ଏ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ