କୁଚିଣ୍ଡା କଂଗ୍ରେସ କମିଟିର ସୃଜନ ଅଭିଯାନ
ସମ୍ବଲପୁର, ୧୧ ସେପ୍ଟେମ୍ବର (ହି.ସ.) - ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କଂଗ୍ରେସ ଭବନରେ ସମ୍ବଲପୁର ଜିଲ୍ଲା ସଭାପତି ଦୁର୍ଗା ପାଢ଼ୀଙ୍କ ସଭାପତିତ୍ୱରେ କୁଚିଣ୍ଡା ବିଧାନସଭା ଗତ ନିର୍ବାଚନ ର ପ୍ରାର୍ଥୀ କେଦାର ବରିହାଙ୍କ ପରିଚାଳନା ରେ କଂଗ୍ରେସର ସୃଜନ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ
କୁଚିଣ୍ଡା କଂଗ୍ରେସ କମିଟିର ସୃଜନ ଅଭିଯାନ


ସମ୍ବଲପୁର, ୧୧ ସେପ୍ଟେମ୍ବର (ହି.ସ.) - ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କଂଗ୍ରେସ ଭବନରେ ସମ୍ବଲପୁର ଜିଲ୍ଲା ସଭାପତି ଦୁର୍ଗା ପାଢ଼ୀଙ୍କ ସଭାପତିତ୍ୱରେ କୁଚିଣ୍ଡା ବିଧାନସଭା ଗତ ନିର୍ବାଚନ ର ପ୍ରାର୍ଥୀ କେଦାର ବରିହାଙ୍କ ପରିଚାଳନା ରେ କଂଗ୍ରେସର ସୃଜନ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ କଂଗ୍ରେସ ଏଆଇସିସି ଅବଜର୍ଭର ଇନ୍ଦ୍ରଜିତ ସିଂ ଗୁଜର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ତୃଣ ମୂଳ ସ୍ତରରେ କଂଗ୍ରେସ କର୍ମୀ ଙ୍କ ମତାମତ କୁ ନେଇ ସଂଗଠନ ଦାଇତ୍ୱ ଅର୍ପଣ କଲେ ସଂଗଠନ ସୁଦୃଢ ହେବ ବୋଲି ପ୍ରକାଶ କରି ମୋଦି ସରକାର ଏକ ମିଛୁଆ ସରକାର ବୋଲି ପ୍ରକାଶ କରିଥିଲେ।ସଭା ରେ ପି ସି ସି ଅବଜର୍ଭର ଶୁଭେନ୍ଦୁ ମହାନ୍ତି, ଜୟନ୍ତ ସାହୁ, ଅଂଶୁମାନ ଦାସ,ରେଙ୍ଗାଲି କଂଗ୍ରେସ ପରାଜିତ ପ୍ରାଥୀ ଦିଲୀପ ଦୁରିଆ, ଖତୁନାଥ ପିଙ୍ଗ ମଂଚାସୀନ ରହିଥିବା ସମୟରେ କୁଚିଣ୍ଡା ଏନ୍‌ଏସି ପୁର୍ବତନ ଅଧ୍ୟକ୍ଷ ଅଖିଲ ପ୍ରତାପ ସିଂ, ସଂଜିତ କୁମାର ଶର୍ମା, ବିପିନ ନାଏକ, ବିପିନ ନାୟକ, ନବୀନ ନାୟକ, ଲବଣି ନାଏକ, ଶରତ ଗୌନ୍ତିଆ, ଆରତୀ ନାୟକ, ପ୍ରମୋଦ ଛୁରିଆ, ପିତାମ୍ବର ମାଝି, ଆଶିଷ ପ୍ରତାପ ସିଂ, ସଞ୍ଜୟ ମହାନନ୍ଦ, ଜିତେନ୍ଦ୍ର ସାହୁ,ଜିତୁ ପଧାନ, ମହମ୍ମଦ ସଫିକ, ଦିଲୀପ ପଟେଲ, ସୁଷମା ସେନାପତି ,ବିମଳା ମହାନନ୍ଦ ପ୍ରମୁଖ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ରହିଥିଲେ। ଏହି ସଭାରେ କୁଚିଣ୍ଡା,ବାମରା ବ୍ଲକ ଓ ଏନଏସି ର ୨ଶହ କର୍ମୀ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande