ନାବାଳୀକା ଝିଅକୁ ଅପହରଣ ଏକ ମାସ ପରେ ପୁଲିସ ହାତ ଖାଲି, ଏସପି ଅଫିସରେ ଗୁହାରି କଲେ ପରିବାର
ଭଦ୍ରକ, ୧୧ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ଥାନା ଭଗବାନପୁର ଅଧୀନ ଗୁଆପୋଖରି ଗ୍ରାମ ର ଜଣେ ନାବାଳିକ ଛାତ୍ରୀ ଅପହରଣ ହେବାର ମାସେ ପରେବି ଧାମନଗର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ପରିବାର ଲୋକ ଭଦ୍ରକ ଏସ ପି ନିକଟରେ ଅଭିଯୋଗ କରିଛନ୍ତି। ଘଟଣା ରୁ ପ୍ରକାଶ ଯେ ଧାମନଗର ଥାନା ଗୁ
NABALIKA APAHARN - FAMILY MEET SP


ଭଦ୍ରକ, ୧୧ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ଥାନା ଭଗବାନପୁର ଅଧୀନ ଗୁଆପୋଖରି ଗ୍ରାମ ର ଜଣେ ନାବାଳିକ ଛାତ୍ରୀ ଅପହରଣ ହେବାର ମାସେ ପରେବି ଧାମନଗର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ପରିବାର ଲୋକ ଭଦ୍ରକ ଏସ ପି ନିକଟରେ ଅଭିଯୋଗ କରିଛନ୍ତି। ଘଟଣା ରୁ ପ୍ରକାଶ ଯେ ଧାମନଗର ଥାନା ଗୁଆ ପୋଖରୀ ଗ୍ରାମ ର କୈଳାଶ ରାଉତ ଙ୍କ ସାନ ଭାଇ ଙ୍କ ଘରକୁ ଜଣେ ଅଜଣା ଯୁବକ ଯିବା ଆସିବା କରୁଥିଲେ । ଯୁବକ ଜଣକ ଭାଇ ଙ୍କ ଝିଅ ର ଧରମ ଭାଇ ବୋଲି ପରିଚୟ ଦେଇଥିଲେ । ଅଗଷ୍ଟ ମାସ ୮ ତାରିଖ ରେ ନାବାଳିକା ଜଣକ କଲେଜ ଯାଇ ଆଉ ଫେରି ନଥିଲେ । ଶେଷ ରେ ପରିବାର ଲୋକେ ଧାମନଗର ଥାନା ରେ ଝିଅ କୁ ଅଜଣା ଧରମ ଭାଇ ଅପହରଣ କରିଥିବା ଅଭିଯୋଗ କରିଥିଲେ । ପୋଲିସ ଅପହୃତ ନାବାଳିକା ଙ୍କ ସାନ ବାପା ଙ୍କ ଝିଅ କୁ ଥାନା କୁ ଡକାଇ ପଚରାଉଚୁରା କରିଥିଲେ ମାତ୍ର କୌଣସି ସେପରି ପଦକ୍ଷେପ ନେଇନଥିଲେ। ତେବେ ଦୀର୍ଘ ଏକ ମାସ ଅପେକ୍ଷା ପରେ ଝିଅ ଉଦ୍ଧାର ନ ହେବାରୁ ଏସପି ଙ୍କ ଦ୍ୱାରସ୍ତ ହୋଇ ଛନ୍ତି ପରିବାର ଲୋକ। ଏ ଦିଗରେ ଧାମନଗର ଥାନା ର ତଦନ୍ତ କାରି ଅଧିକାରିଣୀ ରଶ୍ମିତା ମଲିକ କହିଛନ୍ତି ଯେ ଘଟଣା ର ତଦନ୍ତ ଚାଲିଛି। ଫୋନ ଟ୍ରାକିଙ୍ଗି ମଧ୍ୟ କରାଯାଉଛି ପୋଲିସ ନାବାଳିକା କୁ ଉଦ୍ଧାର ପାଇଁ ମଧ୍ୟ ଉଦ୍ୟମ ଜାରି ରଖିଛି।ସୂଚନା ଥାଉକି ଏପରି ଏକ ନାବାଳିକା ଅପହରଣ ଘଟଣାର ଧାମନଗର ପୋଲିସ ର ଅବହେଳା ପାଇଁ ଉକ୍ତ ଥାନାର ଏ ଏସ ଆଇ ନେପାଳ ସାହା ନିଲମ୍ବିତ ହୋଇଛନ୍ତି ।ପୁଣି ଏକ ମାସେ ପରେ ନାବାଳିକା ଅପହରଣ ଘଟଣା ପୋଲିସ ପାଇଁ ମୁଣ୍ଡ ବ୍ୟଥା ର କାରଣ ହୋଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande