ଜୟପୁର, ୧୧ ସେପ୍ଟେମ୍ବର (ହି.ସ.) - ଜୟପୁର ସେବା କାଗଜ କଳ ର ଅବସରପ୍ରାପ୍ତ ଶ୍ରମିକ ମାନଙ୍କୁ କମ୍ପାନୀ ମ୍ୟାନେଜମେଂଟ ଗ୍ରାଚ୍ୟୁଇଟି ପାଉଣା ଦେବାରୁ ଦୀର୍ଘ ବର୍ଷ ଧରି ବଂଚିତ କରିବା ଯୋଗୁଁ ଅବସରପ୍ରା ଶ୍ରମିକ ମାନେ କାଗଜ କଳ ଶ୍ରମିକ ସଂଘ ର ସଭାପତି ପ୍ରମୋଦ କୁମାର ମହାନ୍ତି ଙ୍କ ପ୍ରତିନିଧିତ୍ୱ ରେ ଏବଂ ବରିଷ୍ଠ ଶ୍ରମିକ ନେତା ବସନ୍ତ କୁମାର ବେହେରା ଙ୍କ ସହାୟତା ରେ ଗ୍ରାଚ୍ୟୁଇଟି ଆଇନ୍ ଅନୁଯାୟୀ ଡିଏଲସି ଙ୍କ ଅଦାଲତରେ ମାମଲା ଦାୟର କରିଥିଲେ। ପ୍ରଥମ ଦଫାରେ ୧୯ ଜଣ ଅବସରପ୍ରାପ୍ତ ଶ୍ରମିକ ଙ୍କ ଶୁଣାଣି କରି ଡିଏଲସି ଗ୍ରାଚ୍ୟୁଇଟି ଏକ ବିଧିବଦ୍ଧ ଆଇନଗତ ପାଉଣା ହୋଇଥିବାରୁ ଶ୍ରମିକ ମାନଙ୍କୁ ତୁରନ୍ତ ଦେବା ପାଇଁ ଆଦେଶ ଜାରି କରିଥିଲେ। ୨୦୨୩ ର ଆଦେଶ କୁ ଅଣଦେଖା କରିବା ଯୋଗୁଁ ଓପିଡିଆର୍ ଆଇନ୍ ଅନୁଯାୟୀ ଡିଏଲସି ଜିଲ୍ଲାପାଳଙ୍କ ଅଦାଲତରେ ମାମଲା ରୁଜୁ କରିଥିଲେ । ଜିଲ୍ଲାପାଳ ଗ୍ରାଚ୍ୟୁଇଟି ପାଉଣା ଦଶ ଲକ୍ଷ ରୁ କମ୍ ହୋଇଥିବାରୁ ତହସିଲଦାର ଙ୍କ ଅଦାଲତକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜୟପୁର ତହସିଲଦାର ଓପିଡିଆର୍ ଆଇନ୍ ଅନୁଯାୟୀ ଅଧିକାର ପ୍ରାପ୍ତି ପାଇଁ ଜିଲାପାଳଙ୍କ ଅନୁମତି ଲୋଡ଼ିଥିଲେ ଏବଂ ଜିଲ୍ଲାପାଳ ଅଧିକାର ସମ୍ବଳିତ ପତ୍ର ଦେବା ପରେ ଜୟପୁର ତହସିଲଦାର ଆଇନ୍ ଅନୁଯାୟୀ ଦଲିଲ୍ ପ୍ରସ୍ତୁତ କରି ଆଜି ମୋକଦ୍ଦମା ନୋଟିସ୍ ଜାରି କରିଛନ୍ତି। ଏକ ମାସ ମଧ୍ୟରେ ଗ୍ରାଚ୍ୟୁଇଟି ପାଉଣା ଦେବା ପାଇଁ ନିଜର ମତାମତ ଜଣାଇବା ପାଇଁ ନୋଟିସ ରେ ଉଲ୍ଲେଖ ରହିଛି। ତାହା ସହ ନିର୍ଦ୍ଦେଶ ଜାରି ହୋଇଛି ଯେ , ମୋକଦ୍ଦମା ନୋଟିସ୍ କାଳରେ କମ୍ପାନୀ ର କୈ।ଣସି ସମ୍ପତି ବିକ୍ରି ହୋଇପାରିବ ନାହିଁ, କମ୍ପାନୀ ଭିତରୁ ମଧ୍ୟ କୈ।ଣସି ପଦାର୍ଥ ବାହାରକୁ ଯାଇ ପାରିବ ନାହିଁ। ସେହିଭଳି କୈ।ଣସି ସ୍ଥାବର ସମ୍ପତି ବିକ୍ରି ହୋଇପାରିବ ନାହିଁ। ଦୀର୍ଘ ୨୦୧୮ ରୁ ଅବସରପ୍ରାପ୍ତ ଶ୍ରମିକ ମାନେ ଗ୍ରାଚ୍ୟୁଇଟି ପାଉଣା ଏବଂ ଅନ୍ୟ ପାଉଣା ପାଇବାରୁ ବଂଚିତ ହୋଇ ରହିଛନ୍ତି। ଏଥି ମଧ୍ୟରେ ୪୩ ଜଣ ଶ୍ରମିକ ମୃତ୍ୟୁ ବରଣ କଲେଣି। କାର୍ଯ୍ୟରତ ଶ୍ରମିକ ଓ ଠିକା ଶ୍ରମିକ ମାନେ ଆଜିକୁ ୧୪ ମାସର ଦରମା ପାଇ ନାହାଁନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି