ପରିବହନ ବିଭାଗ ପକ୍ଷରୁ ଦୁର୍ଘଟଣା ମୁକ୍ତ ପାଇଁ ରାଜପଥକୁ ଲାଗିଥିବା ଗ୍ରାମ ଗୁଡିକୁ ସର୍ଭେ
କୋରେଇ, ୧୧ ସେପ୍ଟେମ୍ବର (ହି.ସ.) - ଦିନକୁ ଦିନ ବଢିଚାଲିଥିବା ଦୁର୍ଘଟଣା ଜିଲ୍ଲା ପ୍ରଶାସନ ଓ ପରିବହନ ବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କିପରି ଏହାକୁ ରୋକାଯାଇପାରିବ ସେ ନେଇ ପରିବହନ ବିଭାଗ ଚିନ୍ତିତ । ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଯାଜପୁର ପରିବହନ ବିଭାଗ ପକ୍ଷର
ପରିବହନ ବିଭାଗ ପକ୍ଷରୁ ଦୁର୍ଘଟଣା ମୁକ୍ତ ପାଇଁ ରାଜପଥକୁ ଲାଗିଥିବା ଗ୍ରାମ ଗୁଡିକୁ ସର୍ଭେ


କୋରେଇ, ୧୧ ସେପ୍ଟେମ୍ବର (ହି.ସ.) - ଦିନକୁ ଦିନ ବଢିଚାଲିଥିବା ଦୁର୍ଘଟଣା ଜିଲ୍ଲା ପ୍ରଶାସନ ଓ ପରିବହନ ବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କିପରି ଏହାକୁ ରୋକାଯାଇପାରିବ ସେ ନେଇ ପରିବହନ ବିଭାଗ ଚିନ୍ତିତ । ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଯାଜପୁର ପରିବହନ ବିଭାଗ ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥ ଓ ୨୦ ନମ୍ବର ଜାତୀୟ ରାଜପଥ ସଲଂଗ୍ନ ଗ୍ରାମ ଗୁଡିକୁ ସର୍ଭେ କରାଯାଇଥିଲା । ରାଜପଥକୁ ଲାଗି ରହିଥିବା ଗ୍ରାମ ଗୁଡିକୁ ଦେଖିବା ପରେ କେଉଁଠି କିପରି କଲେ କଣ କଲେ ଦୁର୍ଘଟଣା ରୋକାଯାଇ ପାରିବ ସେ ନେଇ ସର୍ଭେ କରିଥିଲେ । ୧୬ ନମ୍ବର ଜାତୀୟ ରାଜପଥର ବ୍ରଜନଗର, ପଥରପଦା, ଶର୍ମା ଟାଙ୍କି, ମଣିପୁର, ଟିକର ଓ ୨୦ ନମ୍ବର ଜାତୀୟ ରାଜପଥର ଚାନ୍ଦପୂର, ମହମ୍ମଦ ଜମାଲ ପୁର, ଓଉପଦା, ଆଲିଆ ଆଦି ସ୍ଥାନରେ ଯାଂଚ କରିଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଯାଜପୁର ଆରଟିଓ ଧିରେନ୍ଦ୍ର କୁମାର ନାୟକ, ଏମିଭିଆଇ ରଂଜିତା ମଲ୍ଲିକ, ଜୁନିଅର ଏମଭିଆଇ ପ୍ରତିଶୃତି ମଲ୍ଲିକ, ଆସିଷ୍ଟାଣ୍ଡ ଏମଭିଆଇ ପ୍ରଦୀପ କିଶୋର ବେହେରା, କନେଷ୍ଟବଳ ପି, କିଶୋର କୁମାର ପ୍ରମୁଖ ସାମିଲ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande