ଶରଧାପୁର ଫୁଟବଲ ଲିଗ୍, ସେମୀରେ ଏସ.ଏସ.ଏ କ୍ଲବ ।
ଖୋର୍ଦ୍ଧା,, 11 ସେପ୍ଟେମ୍ବର (ହି.ସ.)ଖୋର୍ଦ୍ଧା ଉପକଣ୍ଠ ଶରଧାପୁର ସ୍ପୋର୍ଟସ ଆସୋସିଏସନ୍ ଆନୁକୁଲ୍ୟରେ ସ୍ଥାନୀୟ ଖେଳ ପଡ଼ିଆରେ ଶରଧାପୁର ଫୁଟବଲର ଚତୁର୍ଥ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଆଜିର ଖେଳ ଶରଧାପୁର ସ୍ପୋର୍ଟସ ଆସୋସିଏସନ୍ ସହିତ ଡାଇନାମିକ କ୍ଲବ ଜଟଣୀ କ୍ଲବ ମଧ୍ୟରେ ଅନୁଷ୍ଠିତ
ଫୁଟବଲ୍


ଖୋର୍ଦ୍ଧା,, 11 ସେପ୍ଟେମ୍ବର (ହି.ସ.)ଖୋର୍ଦ୍ଧା ଉପକଣ୍ଠ ଶରଧାପୁର ସ୍ପୋର୍ଟସ ଆସୋସିଏସନ୍ ଆନୁକୁଲ୍ୟରେ ସ୍ଥାନୀୟ ଖେଳ ପଡ଼ିଆରେ ଶରଧାପୁର ଫୁଟବଲର ଚତୁର୍ଥ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଆଜିର ଖେଳ ଶରଧାପୁର ସ୍ପୋର୍ଟସ ଆସୋସିଏସନ୍ ସହିତ ଡାଇନାମିକ କ୍ଲବ ଜଟଣୀ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ତେବେ ଖେଳର ପ୍ରଥମାର୍ଦ୍ଧ ସଂଘର୍ଷପୂର୍ଣ୍ଣ ହୋଇଥିଲା। ମାତ୍ର କେହି କାହାରିକୁ ଗୋଲ ଦେଇପାରିନଥିଲେ।ପରେ ଖେଳର ଦ୍ୱିତୀଆର୍ଦ୍ଧରେ ଶରଧାପୁର ସ୍ପୋର୍ଟସ ଆସୋସିଏସନ୍ ୨ଟି ଗୋଲ ଦେଇ ଅଗ୍ରଣୀ ରହିବା ସହ ବିଜୟୀ ହୋଇଥିଲା। ଫଳରେ ଶରଧାପୁର ସ୍ପୋର୍ଟସ ଆସୋସିଏସନ୍ ଚତୁର୍ଥ ଦଳ ଭାବେ ସେମିଫାଇନାଲକୁ ପ୍ରବେଶ କରିଛି।ଆଜିର ମ୍ୟାଚରେ ଅତିଥି ଭାବେ ଶରଧାପୁର ଗାଁ ର ସଭାପତି ଅଲ୍ଲୀ ଅହେମ୍ମଦ, ସଂଘର୍ ସଭାପତି ମହମ୍ମଦ ଜମିରୁଲ ରହେମନ,ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ବଡଜେନା,ମୀନକେତନ ବଡଜେନା, ଜାପାନୀ ନାୟକ, ଲକ୍ଷ୍ମୀଧର ଘଡେ଼ଇ ପ୍ରମୁଖ ଯୋଗ ଦେଇଥିଲେ। ଆଜିର ଖେଳକୁ ସାଗିର ଅହମ୍ମଦ ପରିଚାଳନା କରିଥିବା ବେଳେ ଇଜାଜ ହୁସେନ, ଅମଜଦ ଖାଁ ଓ ସୌକତ ଅହମ୍ମଦ ତାଙ୍କୁ ଲାଇନରେ ସହାୟତା କରିଥିଲ । ଆସନ୍ତାକାଲି ପ୍ରଥମ ସେମିଫାଇନାଲ ମ୍ୟାଚ ପାଇକତିଗିରିଆ ଓ ମର୍ଣିଂ ଷ୍ଟାର୍ କ୍ଳବ୍ ଖୋର୍ଦ୍ଧା ମଧ୍ୟରେ ଅନୁଷ୍ଠିତ ହେବ ବୋଲି କ୍ଲବ ସମ୍ପାଦକ ଏସ ଇ ହୁଦା ସୁଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande