କେନ୍ଦୁଝର, ୧୧ ସେପ୍ଟେମ୍ବର (ହି.ସ.) - ସ୍ଥାନୀୟ କଲେଜ ରୋଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ବଣିଆପାଟ ଠାରେ ଆଗାମୀ ରୌପ୍ୟ ଜୟନ୍ତୀ କରିବାପାଇଁ ଏକ ପୂର୍ବ ପ୍ରସ୍ତୁତି ବୈଠକ ପରିଚାଳନା ସମିତିର ସଭାପତି ଡ. ଅନିଲ କୁମାର ଦାସଙ୍କ ସଭାପତିତ୍ୱରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଥିଲା । ଏହି ସଭାରେ ଶିକ୍ଷା ବିକାଶ ସମିତି ଓଡ଼ିଶାର ପ୍ରାକ୍ତନ ସାଧାରଣ ସଂପାଦକ ଇଂ ଅମର ବର ଖଟୁଆ ଉତର ସମ୍ଭାଗ ସଂପାଦକ ନୀଳମଣି ସାହୁ, ପରିଚାଳନା ସମିତିର ପୂର୍ବତନ ସଭାପତି ଡାଃ ଅରୁଣ କୁମାର ସାହୁ, ଡଃ ଭୁବନେଶ୍ୱର ମହାନ୍ତି, ପୂର୍ବତନ ସଂପାଦକ ମହେନ୍ଦ୍ର କୁମାର ସାହୁ, ଶ୍ରୀଚରଣ ପୃଷ୍ଟି,ପୂର୍ବତନ କୋଷାଧ୍ୟକ୍ଷ ବାଙ୍କ ବିହାରୀ ମହାନ୍ତି ଓ ସଦସ୍ୟ ଅଜିତ କୁମାର ସାହୁ ଯୋଗ ଦେଇଥିବାବେଳେ ପ୍ରଧାନାଚାର୍ଯ୍ୟ ଦୀନବନ୍ଧୁ ମହାକୁଡ଼ ଅତିଥ୍ ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ପରିଚାଳନା ସମିତିର ସଂପାଦକ ଭାଗୀରଥୂ ଗିରି ଆଗାମୀ ରୌପ୍ୟ ଜୟନ୍ତୀ କିପରି ସୂଚାରୁ ରୂପେ କରାଯିବ ତାହାର ରୂପରେଖ ସମ୍ବନ୍ଧରେ ଉପସ୍ଥିତ ଥୂବା ଶୁଭେଚ୍ଛୁ ମାନଙ୍କଠାରୁ ପରାମର୍ଶ ମାଗିଥିଲେ। ଉପସ୍ଥିତ ଥୂବା ସମସ୍ତ ସଦସ୍ୟମାନେ ନିଜନିଜ ମତାମତ ଦେଇଥିଲେ। ତତ୍ ସଂଗେ ସଂଗେ ପୂର୍ବତନ ଛାତ୍ର ଅବିନାଶ ଦାସ, ମଳୟ ପ୍ରସାଦ ସାହୁ ଓ ତାପସ କୁମାର ମହାନ୍ତି ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିବାପାଇଁ ମତାମତ ଦେଇଥିଲେ। ପରିଚାଳନା ସମିତିର ଉପସଭାପତି ହୃଦାନନ୍ଦ ପ୍ରଧାନ, ସଦସ୍ୟା ମନ୍ଦାକିନୀ ବେହେରା ଓ ସମସ୍ତ ସେବାବ୍ରତୀ ଉପସ୍ଥିତ ହୋଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA