ଓଡ଼ିଶାର ଜମି କୌଣସି ରାଜ୍ୟ ନେଇପାରିବ ନାହିଁ - ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର,୧୧ ସେପ୍ଟେମ୍ବର(ହି.ସ.) - କୋଟିଆ ହେଉ କି ଯେ କୌଣସି ଅଂଚଳ ଓଡିଶା ଜମିକୁ କେହି ନେଇପାରିବେ ନାହିଁ । ଯେ କୌଣସି ରାଜ୍ୟ ହେଉ ନା କାହିଁକି ସରକାରଙ୍କୁ କେହି ବି ନାଲି ଆଖି ଦେଖାଇପାରିବ ନାହିଁ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଓଡ଼ିଶାର ଜମି କୌଣସି ରାଜ୍ୟ ନେଇପାରିବ ନାହିଁ।
ଓଡ଼ିଶାର ଜମି କୌଣସି ରାଜ୍ୟ ନେଇପାରିବ ନାହିଁ - ରାଜସ୍ୱ ମନ୍ତ୍ରୀ


ଭୁବନେଶ୍ୱର,୧୧ ସେପ୍ଟେମ୍ବର(ହି.ସ.) - କୋଟିଆ ହେଉ କି ଯେ କୌଣସି ଅଂଚଳ ଓଡିଶା ଜମିକୁ କେହି ନେଇପାରିବେ ନାହିଁ । ଯେ କୌଣସି ରାଜ୍ୟ ହେଉ ନା କାହିଁକି ସରକାରଙ୍କୁ କେହି ବି ନାଲି ଆଖି ଦେଖାଇପାରିବ ନାହିଁ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଓଡ଼ିଶାର ଜମି କୌଣସି ରାଜ୍ୟ ନେଇପାରିବ ନାହିଁ। ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିସାରିଲୁଣି। ସୁପ୍ରିମକୋର୍ଟରେ କେସ ମଧ୍ୟ ହୋଇଛି ।କେନ୍ଦ୍ର ସରକାରଙ୍କୁ ଏ ବାବଦରେ ଅବଗତ କରାଯାଇଛି । ଆଗକୁ ଓଡିଶା ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆଇନ ଆଣିବାକୁ ସରକାର ଚିନ୍ତା କରୁଛନ୍ତି । ରାଜସ୍ୱ ସେବାରେ ମଧ୍ୟ ଯେତେ ଆଇନ ଅଛି ତାହାକୁ ସମାହିତ କରି ଗୋଟିଏ ଆଇନ ପ୍ରଣୟନ କରି ରାଜସ୍ୱ ସେବା ଆଇନକୁ କାଯ୍ୟକାରୀ କରିବାକୁ ଅଧ୍ୟୟନ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande